Featuredବିଜ୍ଞାନ ଓ ପ୍ରଯୁକ୍ତି

ହ୍ୱଟସଆପ୍କୁ ମାଡି ଆସୁଛି ବିପଦ ଶୀଘ୍ର ସତର୍କ ହୁଅନ୍ତୁ, ନହଲେ ହେବ ବଡ କ୍ଷତି: ସରକାର 

ନୂଆଦିଲ୍ଲୀ: ବର୍ତମାନ ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ ଫୋନ୍ । ଛୋଟ ଠାରୁ ବଡ ସମସ୍ତେ ଚଲାଉଛନ୍ତି ସୋସିଆଲ ମିଡିଆ । ସେହିପରି ହ୍ୱଟସଆପ୍ ବିନା ବି ସମସ୍ତଙ୍କ ଚଳିବା ମୁସ୍କିଲ । ଅଫିସ ହେଉ କିମ୍ବା ଘର କିମ୍ବା ଯେକୌଣସି ସ୍ଥନରେ ଥିଲେ ବି ହ୍ୱଟସଆପ୍ ବ୍ୟବହାର କରିଥାନ୍ତି ସମସ୍ତେ । କିନ୍ତୁ ଏଭଳି ସମୟରେ ହ୍ୱଟସଆପ୍ ୟୁଜର୍ସଙ୍କୁ ମିଳିଛି ଚେତାବନୀ । କାରଣ ହ୍ୱଟସଆପ୍କୁ ମାଡି ଆସୁଛି ବିପଦ । ଏନେଇ ଶୀଘ୍ର ସତର୍କ ହେବାକୁ କୁହାଯାଇଛି, ନହେଲେ ହୋଇପାରେ ବଡ କ୍ଷତି । ଏଭଳି ଚେତାବନୀ ଦେଇଛନ୍ତି ଭାରତ ସରକାର । ୟୁଜର୍ସକୁ ସତର୍କ କରାଇଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ କମ୍ପ୍ୟୁଟର ଏମରଜେନ୍ସୀ ରେସପୋନ୍ସ୍ ଟିମ୍ ବା CERT-IN । ଯେଉଁମାନେ ଲାପଟପ୍ କିମ୍ୱା କମ୍ପୁଟରରେ WhatsApp ଆପ୍ ବ୍ୟବହାର କରୁଛନ୍ତି ସେମାନଙ୍କ ପ୍ରତି ବିପଦ ଅଛି ଚେତାଇ ଦିଆଯାଇଛି ।

କହିରଖୁଛୁ କି ସରକାର ହ୍ୱାଟସଆପ୍ରେ କିଛି ସୁରକ୍ଷା ତ୍ରୁଟି ପାଇଛନ୍ତି, ଯାହାର ସୁଯୋଗ ନେଇ ହ୍ୟାକର୍ସ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିପାରିବେ। ଏହି ତ୍ରୁଟି ଯୋଗୁଁ ଆପଣଙ୍କ ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇପାରେ । ସରକାର ବ୍ୟବହାରକାରୀମାନଙ୍କୁ ତୁରନ୍ତ ସେମାନଙ୍କର ହ୍ୱାଟସଆପକୁ ଅପଡେଟ୍ କରିବାକୁ କୁହାଯାଇଛି । ନୂତନ ଅପଡେଟରେ ଏହି ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯାଇଛି । ଏହା ବ୍ୟତୀତ, ଯେକୌଣସି ସନ୍ଦିଗ୍ଧ ଲିଙ୍କ୍ ବା ଯଦି କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ ମେସେଜ୍ ପଠାଏ, ତେବେ ଏହାକୁ ଅଣଦେଖା କରନ୍ତୁ ଏବଂ ତୁରନ୍ତ ବ୍ଲକ୍ କରିବାକୁ ପରାମର୍ଶ ଦିଆଯାଇଛି । CERT-IN କହିଛି ଯେ, ଯଦି ଆପଣ PCରେ ହ୍ୱାଟସଆପକୁ ଅପଡେଟ୍ ନ କରିଛନ୍ତି ତେବେ ହୋଇପାରେ ହ୍ୟାକର୍ସମାନେ ଦୁର୍ବଳ ସୁରକ୍ଷାର ଫାଇଦା ଉଠାଇପାରନ୍ତି । ତେଣୁ ସତର୍କ ରହିବା ସହ ହ୍ବାଟସଆପକୁ ତୁରନ୍ତ ଲାଟେଷ୍ଟ ଭର୍ସନକୁ ଅପଡେଟ୍ କରିବାକୁ ୟୁଜର୍ସଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ଭାରତ ସରକାର ।

Related Articles

Back to top button
WP Twitter Auto Publish Powered By : XYZScripts.com