Featuredଓଡ଼ିଶା

ରାଜଧାନୀରୁ ଚୋରି, ବାଲେଶ୍ୱରରୁ ଉଦ୍ଧାର; ଦୃଷ୍ଟିବାଧିତ ମା’ର ଦେଢ ବର୍ଷର ଶିଶୁପୁତ୍ରକୁ ଉଦ୍ଧାର କଲା କମିଶନରେଟ ପୁଲିସ

ଭୁବନେଶ୍ୱର: ଉଦ୍ଧାର ହେଲା ଶିଶୁପୁତ୍ର । ଭୁବନେଶ୍ୱରରୁ ଅପହରଣ କରି ବାଲେଶ୍ୱର ନେଇଯାଇଥିଲେ ଦୁବୃର୍ତ୍ତ । ରାମମନ୍ଦିର ସାମ୍ନାରୁ ଦୃଷ୍ଟିବାଧିତ ମା’ଠାରୁ ଚୋରି ହୋଇଥିବା ଦେଢ଼ବର୍ଷର ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାଯାଇଛି । ରାଜଧାନୀରୁ ଚୋରି ଶିଶୁକୁ ବାଲେଶ୍ବରରୁ ଉଦ୍ଧାର କରିଛି କମିନଶରେଟ୍ ପୋଲିସ । ଉଦ୍ଧାର ପରେ ଭୁବନେଶ୍ବରକୁ ଆଣୁଛି ପୋଲିସର ସ୍ବତନ୍ତ୍ର ଟିମ୍ । ମିଳିଥିବା ସୂଚନା ଅନୁସାରେ, ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ୍‌ ଭିତରକୁ ଯାଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା । ଏହି ଆଧାରରେ ପୋଲିସ ଅପହରଣକାରୀ ପାଖରେ ପହଞ୍ଚିବାକୁ ୫ଟି ଟିମ୍‌ ଗଠନ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇଥିଲା । ଶିଶୁ କଲ୍ୟାଣ ସମିତି ଓ ଚାଇଲ୍ଡ ଲାଇନ୍‌ ଅଧିକାରୀମାନେ ଥାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com