
ନୂଅଦିଲ୍ଲୀ: ନୂଆ ସିଜେଆଇ ପାଇବ ଭାରତ । ଜଷ୍ଟିସ ବି ଆର ଗାଭାଇ ହେବେ ୫୨ତମ ପ୍ରଧାନ ବିଚାରପତି । ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ପରେ ଜଷ୍ଟିସ ବି ଆର ଗାଭାଇ ନେବେ ଦାୟିତ୍ୱ । ଏନେଇ ଆଇନ ମନ୍ତ୍ରାଳୟକୁ ସୁପାରିଶ କରିଛନ୍ତି ବର୍ତ୍ତମାନର ସିଜେଆଇ । ଆସନ୍ତା ମେ ୧୩ରେ ଜଷ୍ଟିସ ଖାନ୍ନାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେବେ ଗାଭାଇଙ୍କ କାର୍ଯ୍ୟକାଳ ୬ ମାସ ରହିବ ବୋଲି ସୂଚନା ରହିଛି ।