Featuredଓଡ଼ିଶାରାଜନୀତି

ଚାଲିଗଲେ ସୂର୍ଯ୍ୟ ନାରାୟଣ ପାତ୍ର

ମୋବାଇଲ ନ୍ୟୁଜ ବ୍ୟୁରୋ –  ଆଉ ନାହାନ୍ତି ବରିଷ୍ଠ ରାଜନେତା ତଥା ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶନିବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୁତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁରେ ଓଡିଶା ରାଜନୀତିରେ ଶୋକର ଛାୟା ଖେଳିଯାଇଛି । ସୂର୍ଯ୍ୟ ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ ବିଧାନସଭା ନିର୍ବାଚନରେ କ୍ରମାଗତ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ହୋଇଥିଲେ । ୫ ଥର ବିଜେଡିରୁ ଓ ୨ ଥର ଜନତା ଦଳରୁ ବିଧାୟକ ହୋଇଥିଲେ ସୂର୍ଯ୍ୟ । ସେ ୨୦୧୯ ମସିହା ଜୁନ ୧ରୁ ୨୦୨୨ ମସିହା ଜୁନ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ରହିଥିଲେ । ଏହଛଡା ସୂର୍ଯ୍ୟ ବନ, ମତ୍ସ୍ୟ ଓ ପଶୁପାଳନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଶକ୍ତି, ଖାଦ୍ୟ ଓ ଖାଉଟି କଲ୍ୟାଣ ପର୍ଯ୍ୟଟନ, ସଂସ୍କୃତି, ପରିବେଶ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ରହିଥିଲେ। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଫାଇଭ ଟି ସଚିବ ଭି.କେ. ପାଣ୍ଡିୟାନଙ୍କ ସମେତ ବିଜେଡି, ବିଜେପି ଏବଂ କଂଗ୍ରେସ ସହିତ ଅନ୍ୟାନ୍ୟ ଦଳର ରାଜନେତାମାନେ  ଗଭୀର ଶୋକ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com