Featuredଅନ୍ତର୍ଜାତୀୟ

ନ୍ୟୁଜିଲାଣ୍ଡରେ ଭୂମିକମ୍ପ ପରେ ସୁନାମୀ ଆଲର୍ଟ ଜାରି

ପ୍ରଶାନ୍ତ ମହାସାଗରରେ ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜ ନିକଟରେ ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ କେନ୍ଦ୍ରଭୂତ ହୋଇଛି। ଏହାପରେ ସମୁଦ୍ରରେ ବଡ ଧରଣର ଲହରୀ ଉଠୁଥିବାରୁ ଉପକୂଳ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରୀ ହୋଇଛି । ଗୁରୁବାର ସ୍ଥାନୀୟ ସମୟ ଅପରାହ୍ନ ୧ଟା ୫୬ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।

ଭୂମିକମ୍ପର କେନ୍ଦ୍ରସ୍ଥଳ କେର୍ମାଡେକ୍ ଦ୍ୱୀପପୁଞ୍ଜର ସବୁଠାରୁ ବଡ଼ ରାଉଲ ଦ୍ୱୀପଠାରୁ ପ୍ରାୟ ୧୯୫ କିଲୋମିଟର ଦକ୍ଷିଣ-ପୂର୍ବରେ ବା ଅକଲାଣ୍ଡଠାରୁ ୧,୧୨୫ କିଲୋମିଟର ଉତ୍ତର-ପୂର୍ବରେ ହୋଇଥିବା ଜଣାପଡିଛି । ସମୁଦ୍ର ପତନଠାରୁ ପ୍ରାୟ ୨୨ କିଲୋମିଟର ତଳକୁ ଭୂମିକମ୍ପ ଅନୁଭୂତ ହେବାରୁ ସମୁଦ୍ରରେ ଲହରୀ ଆସୁଛି। ଏହାର କିଛି ସମୟ ପରେ କେର୍ମାଡେକ୍ ଦ୍ୱୀପପୁଞ୍ଜ, ଫିଜି, ନ୍ୟୁଜିଲାଣ୍ଡ ଏବଂ ଟଙ୍ଗା ପାଇଁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com