Breaking NewsFeaturedରାଜନୀତି

ଛତିଶଗଡ଼ର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବେ ଚର୍ଚ୍ଚାରେ କାହିଁକି ଦେଖନ୍ତୁ…

ରାଜନୀତିରେ ବଡ଼ ପ୍ରତିଦ୍ଵନ୍ଦ୍ଵୀ। ଜଣେ କଂଗ୍ରେସର, ଆଉଜଣେ ବିଜେପିର ବରିଷ୍ଠ ନେତା। ଦୁହେଁ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ। ଛତିଶଗଡ଼ରେ ରମଣ ସିଂହ ଓ ଭୂପେଶ ବଘେଲଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା। କାରଣ ଦୁଇ ଅଭିଜ୍ଞ ରାଜନେତାଙ୍କ ଏବେ ସମାନ ଅବସ୍ଥା। ନିଜ ନିଜ ଦଳର ବଡ଼ ନିଷ୍ପତ୍ତିରେ ଦୁହେଁ ବନ୍ଧା। ତେବେ କଥା ସେତିକି ନୁହେଁ, ଏହି ଦୁଇନେତା ସେମାନଙ୍କ ସ୍ଥିତିକୁ ନେଇ ପରସ୍ପର ବଡ଼ ସମ୍ମାନର ସହ ଆଉ ମଜାଳିଆ ଢଙ୍ଗରେ କଥାବାର୍ତ୍ତା ବି ହୋଇଛନ୍ତି। ତାହା ପୁଣି ଗୃହ ଭିତରେ। ନିକଟରେ ହୋଇଥିବା ଏହି ବାର୍ତ୍ତାଳପ ଏବେ ବି ଇଣ୍ଟରନେଟରେ ଭାଇରାଲ୍ ହେବାରେ ଲାଗିଛି। ପ୍ରଥମେ ନଜର ପକାନ୍ତୁ…

ରେଜଲ୍ଟ ବାହାରିବା ବେଳେ ଭାବିଥିଲି ଏଥର ବି ମୁଁ ମୁଖ୍ୟମନ୍ତ୍ରୀ ହେବି । କିନ୍ତୁ ଆପଣ କରେଇ ଦେଲେନି । ବର୍ତ୍ତମାନ ଆପଣ ମୁଖ୍ୟମନ୍ତ୍ରୀ ନାହାନ୍ତି କି ମୁଁ ମଧ୍ୟ ନାହିଁ । ଆମେ ଏବେ ବରାବର ସ୍ଥିତିରେ ରହିଛେ । ଏପରି କହି ପୁରା ବିଧାନସଭାକୁ ହସାଇଛନ୍ତି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଭୂପେଶ ବଘେଲ । ତେବେ ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ଅଧ୍ୟକ୍ଷ ରମଣ ସିଂ ମଧ୍ୟ ମଜାଳିଆ ଢଙ୍ଗରେ ବଘେଲଙ୍କୁ ପ୍ରଶ୍ନ କରିଥିଲେ। ଭୂପେଶ ଜୀ, ଇଧର ଉଧର କି ବାତ୍ ନାକରକେ କାରବାଇ କ୍ୟୁଉଁ ରୋକା ୟେ ବତାଓ… ବୋଲି କହିଥିଲେ । ତଥାପି ଭୂପେଶ ମଜାଳିଆ ଢଙ୍ଗ ଛାଡିନଥିଲେ । ଆପଣ ତ ୧୫ ଥିଲେ କିନ୍ତୁ ଆମେ ୩୫ ଅଛୁ ବୋଲି କହିଥିଲେ ବଘେଲ । ତଥାପି ଅଧିକ ସମୟ ଆପଣଙ୍କୁ ଦିଆଯାଉଥିଲା । ସେହିପରି ଆପଣଙ୍କ ପୂର୍ବରୁ ଯେଉଁମାନେ ଆମ ବିଧାନସଭାର ଅଧ୍ୟକ୍ଷ ରହିଥିଲେ ସେମାନଙ୍କ ଭଳି ଆପଣ ମଧ୍ୟ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ବଘେଲ । ସେହିଭଳି ବିଧାନସଭାରେ ନୂଆ ପୁରୁଣା ସମସ୍ତ ବିଧାୟକଙ୍କୁ ସ୍ୱାଗତ ବଘେଲ ସ୍ୱାଗତ କରିବା ସହ ଅଧ୍ୟକ୍ଷ ରମଣ ସିଂଙ୍କ ସୁସ୍ଥ ଜୀବନ କାମନା କରି ବକ୍ତବ୍ୟ ଶେଷ କରିଥିଲେ ଭୂପେଶ ବଘେଲ । ତେବେ ଛତିଶଗଡ ବିଧାନସବାର ଏହି ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଏଠାରେ କହିରଖୁଛୁ ଯେ ଛତିଶଗଡରେ ଆରମ୍ଭ ହୋଇଛି ବିଷ୍ଣୁଦେଓ ସାଏଙ୍କ ଶାସନ। ଡିସେମ୍ବର ୧୯ରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ଅବସରରେ ବଘେଲ ଓ ରମଣ ଏଭଳି ବାର୍ତ୍ତାଳପ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com