ଓଡ଼ିଶାଜାତୀୟ

ଆଜି ବଣ୍ଟାଯିବ ‘ସୁଭଦ୍ରା’ ଏବଂ ନୂଆ ରାସନ କାର୍ଡ

ପୁରୀ : ସାରା ଦେଶରେ ଏପ୍ରିଲ ୨୪ ଅର୍ଥାତ୍ ଆଜି ପାଳିତ ହେଉଛି ଜାତୀୟ ପଞ୍ଚାୟତିରାଜ ଦିବସ । ଏଥିପାଇଁ ପୁରୀରେ ଏକ ସ୍ବତନ୍ତ୍ର ସଭାରେ ସମସ୍ତ ଆୟୋଜନ ସହ ଏହି ଦିବସକୁ ପାଳନ କରାଯାଉଛି । ବିଶେଷ ଭାବେ ଆଜି ସୁଭଦ୍ରା ଯୋଜନାରେ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ୨ଟି କିସ୍ତିର ଟଙ୍କା ଏକକାଳୀନ ପ୍ରଦାନ କରାଯିବ । ସେହିପରି ଏହି ମଞ୍ଚରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ନୂଆ ରାସନ କାର୍ଡ ମଧ୍ୟ ପ୍ରଦାନ କରାଯିବ । ରାସନକାର୍ଡ ପାଇଁ ଦୀର୍ଘଦିନ ଧରି ଅପେକ୍ଷା କରିଥିବା ଆବେଦନକାରୀଙ୍କ ମଧ୍ୟରୁ ୫ଲକ୍ଷ ୯୦ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଆଜି ଠାରୁ ନୂଆ ରଙ୍ଗୀନ କାର୍ଡ ବଣ୍ଟନ କରାଯିବ।

ସେହିପରି ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ମଧୁବନୀରୁ ସମ୍ବୋଧିତ କରିଛନ୍ତି ।  କିଛି ସମୟ ମଧ୍ୟରେ ସ୍ବତନ୍ତ୍ର ବର୍ଗରେ ଜାତୀୟ ପଞ୍ଚାୟତିରାଜ ପୁରସ୍କାର ୨୦୨୫ ପ୍ରଦାନ କରାଯିବ। ଓଡ଼ିଶା ଏଥର ଦୁଇଟି ବର୍ଗରେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି।

ପୁରୀରେ ହେଉଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅତିଥି ଭାବେ ଯୋଗ ଦେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com