ଓଡ଼ିଶା

ଦିଗପହଣ୍ଡିରେ ଡବଲ ମର୍ଡର… ଦୁଇ ବିଜେଡି ନେତାଙ୍କୁ ହତ୍ୟା

ଦିଗପହଣ୍ଡି() ଦିଗପହଣ୍ଡି ଥାନା ଚଷା ନିମଖଣ୍ଡି ଗାଁରେ ଡବଲ ମର୍ଡର । ଦୁଇ ବିଜେଡି ନେତାଙ୍କୁ ହତ୍ୟା ଅଭିଯୋଗ ହୋଇଛି ।  ମୃତକ ହେଲେ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାତି ପ୍ରାୟ ୮ଟା ବେଳେ ପାଳଝଡ଼ି ଗ୍ରାମର ସଉରା ପାହାଡ଼ ଓ ସିନ୍ଧିଗାଁ ରାସ୍ତାରେ ଦେଖି ଦିଗପହଣ୍ଡି ମେଡିକାଲରେ ଭର୍ତି କରିଥିଲେ । ସେଠାରେ ସୁଦର୍ଶନ ସୁଆରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ସୁଧୀରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶନିବାର ଦିନ ଗାଁରେ ପଂଚାୟତ ନିର୍ବାଚନରେ ବିଜୟୀ ଓ ପରାଜିତ ଗୋଷ୍ଠୀ ମଧ୍ୟରେ ବୈଠକ ହୋଇଥିଲା। ପରେ ସେଠାରୁ ସୁଧୀରଙ୍କ ବାଇକରେ ଉଭୟେ ଆସିଥିଲେ। ତେବେ ଏହା ପରେ କେହି ଦୁବୃର୍ତ୍ତ ଉଭୟଙ୍କୁ ଆକ୍ରମଣ କରିଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ବିଲରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ଏକ ପଥର ସହ ଦୁଇ ହଳ ଚପଲ ଜବତ କରିଛି ଦିଗପହଣ୍ଡି ପୋଲିସ। ଖବର ପାଇ ଆଇଆଇସି ବସନ୍ତ ସେଠି ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି।

ଏହି ଘଟଣା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। କେଉଁ କାରଣକୁ ନେଇ ଏହି ଘଟଣା ଘଟିଛି ଅସ୍ପଷ୍ଟ ଥିବା ବେଳେ ରାଜନୈତିକ ଶତ୍ରୁତାରୁ ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ମୃତକ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ଥିଲେ । ସେପଟେ ହତ୍ୟାକାରୀକୁ ଖୋଜୁଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com