ଓଡ଼ିଶା

ବିନିକା ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଶିବିର, ୧୦୦ରୁ ଅଧିକ ଲୋକ ଜଣାଇଲେ ସମସ୍ୟା

ବିନିକା: ସୋନପୁର ଜିଲ୍ଲା ବିନିକା ବ୍ଳକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ । ବ୍ଳକ କାର୍ଯ୍ୟାଳୟରେ ସୋନପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ।

ଆଜିର ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ୱରେଶ ପଣ୍ଡାଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଯୋଗଦେଇଥିଲେ । ଏଥିରେ ବିଭିନ୍ନ ଲୋକଙ୍କ ଖାଉଟି କାର୍ଡ , ଆବାସ ଘର , ପାଣି ସମସ୍ୟା, ଆର୍ଥିକ ସହାୟତା ସହ ବ୍ୟକ୍ତିଗତ ସମସ୍ୟା ଏବଂ ଅଞ୍ଚଳର ସାମୁହିକ ସମସ୍ୟା ଉପରେ ଅବଗତ ହୋଇ ସମାଧାନ କରିଥିଲେ । ଏହି ଶିବିରରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ଅଭିଯୋଗ ଆସିଥିଲେ ।

ସେହିପରି ସୋନପୁର ଜିଲ୍ଲା ପ୍ରଶାସନର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି । ମାସର ପ୍ରତ୍ୟେକ ସୋମବାର ଦିନ ସମସ୍ତ ସରକାରୀ କର୍ମଚାରୀ ସମ୍ବଲପୁରୀ କପଡ଼ା ଲଗାଇ ଆସିବ ବାଧ୍ୟତାମୂଳକ । ଜିଲ୍ଲାପାଳଙ୍କ ସମେତ ସମସ୍ତ କର୍ମଚାରୀ ମାନେ ମଧ୍ୟ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଆସିଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com