ଓଡ଼ିଶା

ସରିଲା ଏରେଇଁ ରଜ ମହୋତ୍ସବ, ବିଭିନ୍ନ ପ୍ରତିଯୋଗିତା ସହ ଜମିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ଭଦ୍ରକ: ସରିଲା ରଜ ମହୋତ୍ସବ । ୩ ଦିନ ଧରି ଧୂମ ଧାମରେ ପାଳିତ ହୋଇଛି ରଜ । ଭଦ୍ରକ ସହରର ଚରମ୍ପା ସ୍ଥିତ ଏରେଇଁ ପଞ୍ଚାୟତ ଠାରେ ଥାନପତି ଯୁବକ ସଙ୍ଘ ତରଫରୁ ରଜ ମହୋତ୍ସବ ପାଳିତ ହୋଇଛି । ଶେଷ ତଥା ଉଦଯାପନୀ ଦିବସରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସହରରେ ଏବେ ମଧ୍ୟ ରଜ ମହୋତ୍ସବ ପାଳନ କରୁଥିବାରୁ ଯୁବକ ସଙ୍ଘକୁ ଧନ୍ୟବାଦ ଦେଇଥିଲେ । ରଜ ମହୋତ୍ସବ ୩ଦିନ ଧରି ଆୟୋଜିତ ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଶେଷ ଦିନରେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ ସହ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com