ଓଡ଼ିଶା
୬୧୩ଟି ଶ୍ରେଷ୍ଠ ଗ୍ରାମ ପଞ୍ଚାୟତକୁ ୩୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ବଣ୍ଟନ

ପୁରୀ : ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ‘ପଞ୍ଚାୟତ ମନିଟରିଂ ସିଷ୍ଟମ’ ଓ ‘ଇ-ପଞ୍ଚାୟତ ସଭା ପୋର୍ଟାଲ’ ଉନ୍ମୋଚନ କରାଯାଇଛି। ସେହିପରି ବିଭିନ୍ନ ପ୍ରକଳ୍ପର ରେକର୍ଡ ପ୍ରସ୍ତୁତି, ମଞ୍ଜୁରୀ ଓ ଅନୁମୋଦନ ପ୍ରକ୍ରିୟାକୁ ସୁଗମ କରିବା ପାଇଁ PPMS ପୋର୍ଟାଲ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚନ ହୋଇଯାଇଛି। କାର୍ଯ୍ୟ ଦକ୍ଷତାରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ରାଜ୍ୟର ୬୧୩ଟି ଶ୍ରେଷ୍ଠ ଗ୍ରାମ ପଞ୍ଚାୟତକୁ ୩୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଛି ।