Breaking NewsFeaturedଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଭୋଳାନାଥଙ୍କୁ ଦିଆଯିବନି ଗଞ୍ଜେଇ ଭୋଗ, ଆସିଲା ସରକାରୀ ନୋଟିସ୍

ଆକ୍ସନ ମୋଡ୍‌ରେ ସଂସ୍କୃତି ବିଭାଗ

ଧର୍ମପୀଠରେ ଆଉ ବିକ୍ରି କି ବ୍ୟବହାର ହୋଇ ପାରିବନି ନିଶା ଦ୍ରବ୍ୟ । ଖାସ କରି ଶୈବପୀଠ ବା ଶିବ ମନ୍ଦିରଗୁଡିକରେ ବ୍ୟବହାର ହେଉଥିବା ଗଂଜେଇକୁ ସଂପୁର୍ଣ୍ଣ ଭାବରେ ବନ୍ଦ କରିବାକୁ ନିଷ୍ପତି ନେଇଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ । ଧର୍ମୀୟ ଭାବନାକୁ ଢାଲ କରି ପବିତ୍ର ସ୍ଥାନଗୁଡିକରେ ଚାଲିଛି ଅବାଧ ନିଶା କାରବାର । ବିଶେଷ କରି ଯୁବପିଢି ଏଥି ପାଇଁ ନିଶାଗ୍ରସ୍ତ ହେବା ସହ ପଥଭ୍ରଷ୍ଟ ହୋଇ ପଡୁଛନ୍ତି । ଯାହାକୁ ନେଇ ଆକ୍ସନ ମୋଡ୍‌କୁ ଆସିଛି ରାଜ୍ୟ ସଂସ୍କୃତି ବିଭାଗ ।

ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାପଳ ଓ ଏସପିଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି । ତେବେ ବଡ କଥା ପ୍ରାୟ ସବୁ ଶିବ ମନ୍ଦିର ଓ ଶନି ମେଳା ଗୁଡିକରେ ଗଂଜେଇ ଭୋଗ ଲଗାଇ ସେବନ କରାଯାଏ । ଏପରିକି ଶିବଙ୍କୁ ଭାଙ୍ଗପଣା କରି ଅର୍ପଣ କରାଯାଏ । ଯାହାକୁ ପରମ୍ପରାର ଆଖ୍ୟା ଦେଇ ପୂଜକ ତଥା ସେଠାରେ ଉପସ୍ଥିତ ଭକ୍ତ ଏହାକୁ ସେବନ କରିଥାନ୍ତି । ଯାହା ଦଶନ୍ଧୀ ଦଶନ୍ଧୀ ଧରି ଚାଲି ଆସିଛି । ତେଣୁ ପୋଲିସ ତଥା ପ୍ରସାସନ କେମିତି ଏଇ ନିର୍ଦେଶକୁ କାର୍ଯ୍ୟକାରୀ କରୁଛନ୍ତି ଓ କେବେ ଶୈବପୀଠଗୁଡିକ ନିଶାମୁକ୍ତ ହେଉଛି ତା ଦେଖିବାକୁ ବାକି ରହିଲା।

Related Articles

Back to top button
WP Twitter Auto Publish Powered By : XYZScripts.com