ଓଡ଼ିଶା

ରୁଚିକା ମହାନ୍ତି ମୃତ୍ୟୁ ମାମଲା, ଭୁବନେଶ୍ୱର ପରେ କଟକରେ ତେଜିଲା ଆନ୍ଦୋଳନ

କଟକ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁକୁ ନେଇ ତେଜୁଛି ଆନ୍ଦୋଳନ । ଭୁବନେଶ୍ୱର ପରେ କଟକରେ  ମଧ୍ୟ ରୁଚିକାକୁ ନ୍ୟାୟ ଦେବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ଜୋର ଧରିଛି । ଏହା ପରିପ୍ରେକ୍ଷୀରେ ଆଜି କଟକ ଛାତ୍ର ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେହିପରି ରୁଚିକାକୁ ଯେଉଁ ମାନେ ରାଗିଂ କରୁଥିଲେ ବା ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ।  ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା । ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତି ଜିଲ୍ଲାରେ ଆଣ୍ଟି ରାଗିଂ ସେଲ ଗଠନ କରାଯାଉ । ଏହାସହ ଅଭିଯୋଗ ପାଇଁ ଏକ ଟୋଲ ଫ୍ରି  ନମ୍ବର ଜାରି ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ଏବଂ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି ଛାତ୍ର ସମାଜ ସଙ୍ଗଠନ ।

Related Articles

Back to top button
WP Twitter Auto Publish Powered By : XYZScripts.com