ଓଡ଼ିଶା

କେନ୍ଦୁଝରରେ ମଧ୍ୟ ନକଲି ପୁଷ୍ପା : ଜିଲ୍ଲାପାଳ କାର୍ଯ୍ୟାଳୟରୁ ନେଇ ଗଲେ ଚନ୍ଦନ କାଠ ଛାଡି ଦେଇଗଲେ ଡାଳ ଏବଂ ପତ୍ର

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଚନ୍ଦନ କାଠ ମାଫିଆ ସକ୍ରିୟ । ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ଯୋଜନା ବୋର୍ଡ ଅଫିସ୍ କ୍ୟାମ୍ପସ୍ ଭିତରୁ ରବିବାର ରାତିରେ କେହି ଦୁର୍ବୃତ୍ତ ଏକ ବିରାଟକାୟ ଚନ୍ଦନ ଗଛ କାଟି ତା ଗଣ୍ଡିକୁ ନେଇ ଯାଇଥିବା ବେଳେ ଡାଳପତ୍ର ଛାଡିଦେଇ ଯାଇଛନ୍ତି ।
ସେହିପରି ରବିବାର ରାତିରେ ଏଡିଏମ୍ ରାଜସ୍ବଙ୍କ ବାସଭବନ ପରିସରରୁ ଏକ ବିରାଟକାୟ ଚନ୍ଦନ ଗଛ କାଟି ଥିଲେ ସୁଦ୍ଧା ନେଇ ନପାରି ଛାଡି ଚାଲିଯାଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକାଧିକ ସିସିଟିଭି ଲାଗିଥିବା ବେଳେ ଏକାଧିକ ସରକାରୀ ଅଫିସରେ ରାତି ଜଗୁଆଳୀ ରହୁଛନ୍ତି । ଏହା ସତ୍ତ୍ବେ ଚୋରି ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରବିବାର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରୁ ଚୋରି ହୋଇଥିଲା । ଏ ନେଇ କୌଣସି ସରକାରୀ ଅଧିକାରୀ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରି ଦେଇଛନ୍ତି ।
PROMOTED CONTENT

MgidMgid

Related Articles

Back to top button
WP Twitter Auto Publish Powered By : XYZScripts.com