ଐତିହ୍ୟ ଓ ସଂସ୍କୃତିଓଡ଼ିଶାମନୋରଞ୍ଜନ

ଆରମ୍ଭ ହେଲା ମଧୁବାବୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ସାଲେପୁର : ଏପ୍ରିଲ ୨୮ରେ ସ୍ୱାଭିମାନ ଦିବସ ଅର୍ଥାତ୍ ମଧୁବାବୁଙ୍କ ଜୟନ୍ତୀ । ଏଥର ମହା ଆଡମ୍ବରରେ ଆରମ୍ଭ ହୋଇଛି ଉତ୍କଳ ଗୌରବ ମଧୁବାବୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ । ଉତ୍କଳ ଗୌରବ ମଧୁ ଜୟନ୍ତୀ କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏପ୍ରିଲ ୨୫, ଶୁକ୍ରବାର ଅର୍ଥାତ୍ ଆଜି ଠାରୁ  ଆରମ୍ଭ ହୋଇ ୪ ଦିନ ଧରି ୨୮ ତାରିଖ ଯାଏ ଚାଲିବ ଏହି ମହୋତ୍ସବ ।

ମଧୁବାବୁ ଜୟନ୍ତୀ କମିଟିର ସଭାପତି ତଥା ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏହି ମହୋତ୍ସବର ଆୟୋଜନ ହୋଇଛି । ସଭାପତି ସତ୍ୟଭମାପୁରରୁ ମଧୁ ଜ୍ୟୋତିକୁ ପ୍ରଜ୍ୱଳିତ କରି ବିଭିନ୍ନ ପଞ୍ଚାୟତ ଅଭିମୁଖେ ପରିକ୍ରମାର ଶୁଭାରମ୍ଭ କରିଥିଲେ । ୪ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ବିଶ୍ୱର କୋଣ ଅନୁକୋଣରୁ ଅନେକ କଳାକାର କଳା ପ୍ରଦର୍ଶନ କରିବା ସହ ପ୍ରତିଷ୍ଠିତ ବ୍ୟକ୍ତିମାନେ ସାମିଲ ହେବେ ।

ଏହି ଅବସରରେ ମଧୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ସହିତ ତାଙ୍କ ଜନ୍ମପୀଠକୁ ଜାତୀୟ ସ୍ମାରକୀ ଘୋଷଣା କରାଯାଉ ସଭାପତି ପ୍ରକାଶ ଚନ୍ଦ୍ର ବେହେରା ଦାବି କରିଛନ୍ତି । ତେବେ ମଧୁବାବୁଙ୍କ ଜୟନ୍ତୀ ସହିତ ସାଲେପୁର ମହୋତ୍ସବ ମଧ୍ୟ ଆରମ୍ଭ ହୋଇଛି । ସାଲେପୁର ହାଇସ୍କୁଲରେ ଆୟୋଜିତ ହେଉଛି ଏହି ଉତ୍ସବ ।

Related Articles

Back to top button
WP Twitter Auto Publish Powered By : XYZScripts.com