ଓଡ଼ିଶାଜାତୀୟ

ଓଡ଼ିଶାରୁ ୧୨ ପାକିସ୍ତାନୀଙ୍କୁ ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାରେ ରହିଛନ୍ତି ୧୨ ଜଣ ପାକିସ୍ତାନୀ ନାଗରିକ । ଦୀର୍ଘକାଳୀନ ଭିସାରେ ଏମାନେ ରାଜ୍ୟରେ ରହିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଏବେ ସେମାନଙ୍କୁ ବିଦା କରାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ବାରା ପହଲଗାମରେ ହୋଇଥିବା ଗୁଳିକାଣ୍ଡ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଚହଳ ପକାଇଛି । ଏଥିରେ ୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ଆକ୍ରମଣର ଦାୟିତ୍ୱ ପାକିସ୍ତାନ ଆଧାରିତ ‘ଦି ରେସିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)’, ଲସ୍କର-ଏ-ତୋଇବାର ଏକ ଶାଖା ନେଇଥିବା ବେଳେ, ପାକିସ୍ତାନ ସେନା ନିକଟରେ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଅଞ୍ଚଳରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଗୁଳିମାଡ଼ ଆରମ୍ଭ କରିଛି। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଛି।

ପହଲଗାମ ଆତଙ୍କବାଦୀ ଘଟଣାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଉକ୍ତ ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାକ ନାଗରିକଙ୍କ ଭିସା ବନ୍ଦ କରିବାକୁ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଦେଶରୁ ଏବେ ପାକିସ୍ତାନୀ ନାଗରିକଙ୍କୁ ବିଦା କରିବାକୁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ସେପଟେ ଅଟାରୀ ସୀମାରୁ ୧୮୦ ଜଣ ପାକିସ୍ତାନୀ ନିଜ ଦେଶକୁ ଫେରିଯାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com