ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ । ମନ୍ଦିର ପରିସରରେ ଜଣେ ଭକ୍ତ ବାନ୍ତି କରିବାରୁ ବଡ ମହାସ୍ନାନ କରାଯାଇଛି । ଯେଉଁଥିପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଘଟଣାନୁସାରେ ଶୁକ୍ରବାର ବଡ଼ଦେଉଳର ଜୟ ବିଜୟ ଦ୍ୱାର ନିକଟରେ କେହି ବାନ୍ତି କରିଥିବା ଜଣାପଡିଥିଲା । ଏହାପରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା ସାଧାରଣ ଦର୍ଶନ। ଏହି ସମୟରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ହେଉଥିବାରୁ ଏପରି ନିଷ୍ପତ୍ତି ହୋଇଛି । ଯେଉଁଥିପାଇଁ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ମଧ୍ୟ ହୋଇଛି ।