
ବେଙ୍ଗାଲୁର : IPL-୨୦୨୫ରେ ପ୍ରଥମ ଦଳ ଭାବେ ପ୍ଲେ ଅଫ ଦୌଡରୁ ପ୍ରାୟତଃ ବାଦ ପଡିଛି ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ୯ ମ୍ୟାଚରୁ ମାତ୍ର ୪ ପଏଣ୍ଟ ହାସଲ କରିଛି । ରାଜସ୍ଥାନର ଆଭରେଜ ମଧ୍ୟ ସେଭଳି ଉତ୍ସାହଜନକ ନାହିଁ । ରନ ରେଟ – ୦. ୬୨୫ ରହିଛି । ଦଳ ଯଦି ଅବଶିଷ୍ଟ ମ୍ୟାଚ ଜିତେ ତେବେ ସମୁଦାୟ ପଏଣ୍ଟ ୧୪ ହେବ । ତଥାପି ପ୍ଲେ ଅଫକୁ ଯିବା କଷ୍ଟସାଧ୍ୟ ମନେ ହେଉଛି । କାରଣ ୪ରୁ ୫ ଟିମ ଅତି କମରେ ୧୬ ପଏଣ୍ଟ ହାସଲ କରିବା ସମ୍ଭାବନା ରହିଛି ।
ସେହିପରି ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ ମୁକାବିଲାରେ ଯେଉଁ ଦଳ ହାରିବ ତାର ମଧ୍ୟ ପ୍ଲେ ଅଫ ପ୍ରବେଶ ଆଶା କ୍ଷୀଣ ହୋଇଯିବ । ରାଜସ୍ଥାନ କ୍ରମାଗତ ୩ଟି ମ୍ୟାଚରେ ବିଜୟ ସୁଯୋଗ ହାତଛଡା କରିବା ସମସ୍ତଙ୍କୁ ଚକିତ କରିଛି । ଏବେ ଦଳ ତାର ଆଗାମୀ ମୁକାବିଲାରେ ଗୁଜରାଟ, ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ପଞ୍ଜାବ ବିପକ୍ଷରେ ଖେଳିବ । ଆରସିବି ବିପକ୍ଷ ମ୍ୟାଚରେ ରାଜସ୍ଥାନ ୧୧ ରନରେ ପରାଜିତ ହୋଇଥିଲା । ତେବେ ଯଦି କିଛି ଚମତ୍କାର ନହୁଏ ରାଜସ୍ଥାନକୁ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବାକୁ ପଡିବ ।