ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଯୋଗଦେଲେ ବାସନ୍ଦ ହେବ

ପୁରୀ :  ଶ୍ରୀମନ୍ଦିର ସେବାୟତଙ୍କୁ ବାସନ୍ଦ ଚେତାବନୀ । ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ । ଏହି ଚେତାବନୀ ଦେଇଛି ସେମାନଙ୍କ ନିଯୋଗ । ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ ଦର୍ଶାଇ ବାସନ୍ଦ କରାଯିବ । ଏନେଇ ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗ ସଂପାଦକଙ୍କ ନିର୍ଦ୍ଦେଶ ଜାରି ହୋଇଛି । ତେବେ ଖାଲି ପୁଷ୍ପାଳକ ସେବାୟତ ନୁହଁନ୍ତି, ନିକଟରେ ସୁଆର ମହାସୁଆର ସେବକଙ୍କୁ ବି ବାସନ୍ଦ ଚେତାବନୀ ହୋଇଥିଲା। ଦୀଘା ମନ୍ଦିର ପ୍ରତିଷ୍ଠାରେ ରୋଷ କାର୍ଯ୍ୟରେ ଯୋଗଦେଲେ ବାସନ୍ଦ ଚେତାବନୀ ଦିଆଯାଇଥିଲା।

ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା ୩୦ ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କୁ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏହି ଉଦ୍ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେବାକୁ ମନା କରାଯାଇଛି। ସାମିଲ ହେଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ଶ୍ରୀମନ୍ଦିର ରୋଷ କାର୍ଯ୍ୟରୁ ତାଙ୍କୁ ସବୁଦିନ ପାଇଁ ବାରଣ କରାଯିବା ନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ସୂଚନା ଜାରି କରାଯାଇଛି ।

ନିଉ ଦୀଘା ରେଳ ଷ୍ଟେସନ ନିକଟରେ ୨୦ ଏକର ଜାଗାରେ ୨ ଶହ ୫୦ କୋଟି ଟଙ୍କା ବ୍ୟୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନୁକରଣରେ ନୂତନ  ଏକ ଜଗନ୍ନାଥ ମନ୍ଦିର ମମତା ବାନାର୍ଜୀଙ୍କ ନିଦେ୍ର୍ଦଶରେ ନିର୍ମାଣ ଶେଷ ହୋଇଛି  । ଯାହାକୁ ପୂର୍ବରୁ ବିରୋଧ କରି ଆସିଛନ୍ତି ଶ୍ରୀମନ୍ଦିରର ସେବାୟତ । କାରଣ ଶ୍ରୀମନ୍ଦିରର ବିକଳ୍ପ ନାହିଁ । ଯେତେ ବଡ଼ ମନ୍ଦିର ତିଆରି କଲେ ବି ତାହା ଶ୍ରୀମନ୍ଦିର ସହିତ ତୁଳନୀୟ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com