ଓଡ଼ିଶାସ୍ୱାସ୍ଥ୍ୟ

ଖୁବଶୀଘ୍ର ସମାଧାନ ହେବ ଆୟୁଷ୍ମାନ କାର୍ଡ ସମସ୍ୟା

ଭୁବନେଶ୍ୱର : ଆୟୁଷ୍ମାନ କାର୍ଡରେ କୌଣସି ଦ୍ଵନ୍ଦ ନାହିଁ । ଯାହା କିଛି ବୈଷୟିକ ସମସ୍ୟା ରହିଛି ତାର ସମାଧାନ ନେଇ ଆଲୋଚନା ଚାଲିଛି । ଏପରି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ରୋଗୀଙ୍କୁ ଅବହେଳା କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

ସେହିପରି ଆସୁଥିବା ବିଭିନ୍ନ ମତାମତକୁ ସବୁ ଦିଗକୁ ନେଇ ଚାଲିଛି । ଘରୋଇ ହସ୍ପିଟାଲ ପ୍ୟାକେଜ ବୃଦ୍ଧି ଦାବି ଉପରେ ମଧ୍ୟ ବିଚାର କରାଯିବ ।  ପ୍ୟାନ ଇଣ୍ଡିଆ କାର୍ଡ ହୋଇଥିବାରୁ ନେଟୱର୍କ ଓ ଓଟିପି ସମସ୍ୟା ରହିଛି । ଖୁବଶୀଘ୍ର ସମାଧାନ ହେବ । ସେପଟେ ବିଜେଡି କହିଛି, ଆୟୁଷ୍ମାନ କାର୍ଡ ଲାଗୁ ହେବା ପରେ ରୋଗୀ ହନ୍ତସନ୍ତ ହେଉଛନ୍ତି । ସରକାର ଏବେ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେପଟେ ଆୟୁଷ୍ମାନ କାର୍ଡରେ ସମସ୍ୟା ଅନେକ ରହିଥିବା କହିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ।

Related Articles

Back to top button
WP Twitter Auto Publish Powered By : XYZScripts.com