
ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE)-୨୦୨୫ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶିତ । ଆସନ୍ତା ମେ ୨ ତାରିଖରୁ ହେବ OJEE ପରୀକ୍ଷା । ଏନେଇ OJEE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ । ୧୨ ତାରିଖ ଯାଏ ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ୩ଟି ସିଫ୍ଟରେ ପରୀକ୍ଷା ହେବ । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ-CBT ମୋଡ୍ରେ କରାଯିବ। ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା, ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ଏବଂ ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ ୪ଟାରୁ ସନ୍ଧ୍ୟା ସାଢ଼େ ୬ଟା ଯାଏ ହେବ ।
ମେ ୨ ତାରିଖରେ ୩ଟି ଯାକ ସିଫ୍ଟରେ ବି ଫାର୍ମା ପରୀକ୍ଷା ହେବ । ୩ ତାରିଖରେ ପ୍ରଥମ ସିଫ୍ଟରେ ବି ଫାର୍ମା/ଏଲ୍ଇ ଫାର୍ମା , ଦ୍ୱିତୀୟ ଓ ତୃତୀୟ ସିଫ୍ଟରେ MBA ପରୀକ୍ଷା ରହିଛି । ସେହିପରି ୫ ତାରିଖରେ ପ୍ରଥମ ସିଫ୍ଟରେ ଏଲ୍ ଟେକ୍ (ଡିପ୍ଲୋମା), ଦ୍ୱିତୀୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ MBA (ଏକ ଘଣ୍ଟା ପରୀକ୍ଷା), ତୃତୀୟ ସିଫ୍ଟରେ ବି କ୍ୟାଟ୍ (ସିନେମାଟୋଗ୍ରାଫି/ସାଉଣ୍ଡ ରେକର୍ଡିଂ ଆଣ୍ଡ ଡିଜାଇନ୍), ଏଲ୍ଟେକ୍ ବିଏସ୍ସି, ୬ ତାରିଖରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ୍ସିଏ ପରୀକ୍ଷା, ତୃତୀୟ ସିଫ୍ଟରେ ବି କ୍ୟାଟ୍ (ଫିଲ୍ମ ଏଡିଟିଂ), ଏମ୍ ଆର୍କ, ଏମ୍ ପ୍ଲାନ୍ ଓ ଏମ୍ଟେକ୍ ପରୀକ୍ଷା ରହିଛି ।
୧୦ ତାରିଖରେ ତିନୋଟି ଯାକ ସିଫ୍ଟରେ ବେସିକ୍ B.Sc ନର୍ସିଂ ପରୀକ୍ଷା ଥିବାବେଳେ ୧୧ ତାରିଖ ପ୍ରଥମ ସିଫ୍ଟରେ ବେସିକ୍ B.Sc ନର୍ସିଂ/ପୋଷ୍ଟ ବେସିକ୍ ଡିପ୍ଲୋମା ନର୍ସିଂ, ଦ୍ୱିତୀୟ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂ/ଏମ୍ଏସ୍ସି ନର୍ସିଂ, ତୃତୀୟ ସିଫ୍ଟରେ ପୋଷ୍ଟ ବେସିକ୍ ବିଏସ୍ସି ନର୍ସିଂ ପରୀକ୍ଷା ରହିଛି । ୧୨ ତାରିଖରେ ଏଲ୍ଇ ଟେକ୍ (ଡିପ୍ଲୋମା) ପରୀକ୍ଷା ତିନୋଟି ଯାକ ସିଫ୍ଟରେ ରହିଛି । ଅଧିକ ତଥ୍ୟ ୱେବସାଇଟରେ ଉପଲବ୍ଧ ।