ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ବିବାଦ ପାଇଁ ବୈଠକ ଡାକିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ବଢୁଛି ଦୀଘା ଜଗନ୍ନାଥ ମନ୍ଦିରସ୍ଥିତ ମୂର୍ତ୍ତି ଗଢାକୁ ନେଇ ବିବାଦ । ନବକଳେବର ସମୟରେ ଗଚ୍ଛିତ ଥିବା ବଳକା ଦାରୁରେ ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରରେ ବିଗ୍ରହ ତିଆରି ହେବା କଥା ଚର୍ଚ୍ଚା ହେବାପରେ ଅସନ୍ତୋଷ ଦେଖାଦେଇଛି । ତେଣୁ ଆଜି ଅପରାହ୍ନ ୫ଟାରେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ମହାରଣା, ଦେଉଳକରଣ, ପାଟଯୋଶୀ ମହାପାତ୍ର, ତଢଉକରଣ ଓ ତିନି ବାଡର ବାଡଗ୍ରାହୀଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିବେ ।

ଗତକାଲି ଘଟଣାର ତନନ୍ତ ପାଇଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଚିଠି ପରେ ଶ୍ରୀମନ୍ଦିର ପ୍ରଶାସନ ତତ୍ପରତା ଦେଖାଇଛି । ଆଇନ ମନ୍ତ୍ରୀ ଲେଖିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ସଂସ୍କୃତିକୁ ନେଇ ଗତ କିଛିଦିନ ହେବ ଗଣମାଧ୍ୟମରେ ଦ୍ୱନ୍ଦ୍ୱାତ୍ମକ ଖବର ପ୍ରସାରିତ ହେଉଛି । ଦୀଘାରେ ଜଗନ୍ନାଥ ମନ୍ଦିରରେ ଶ୍ରୀବିଗ୍ରହଙ୍କ ପାଇଁ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ । ଯଦି କେହି ଜ୍ଞାତସାରରେ ଏହି ଘଟଣା ଘଟାଇଛନ୍ତି ତା’ହେଲେ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଦଣ୍ଡବିଧାନ ଗ୍ରହଣ କରାଯାଉ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ ତଦନ୍ତ ନେଇ ଆଜି ଆଲୋଚନା ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com