ଓଡ଼ିଶାଜାତୀୟଶିକ୍ଷା

ସ୍ୱର୍ଗଦ୍ୱାରରେ ହେବ KIIT ବିଶ୍ବବିଦ୍ୟାଳୟରେ ମୃତ ନେପାଳୀ ଛାତ୍ରୀଙ୍କର ଅନ୍ତିମ ସଂସ୍କାର

ଭୁବନେଶ୍ବର :  ପୁରୀ ସ୍ୱର୍ଗଦ୍ୱାରରେ ହେବ KIIT ବିଶ୍ବବିଦ୍ୟାଳୟରେ ମୃତ ନେପାଳୀ ଛାତ୍ରୀଙ୍କର ଅନ୍ତିମ ସଂସ୍କାର ।  ଛାତ୍ରୀଙ୍କ ପିତାମାତା ଭୁବନେଶ୍ବରରେ ପହଞ୍ଚିବା ପରେ ଝିଅ ଶବକୁ ନେପାଳ ନେବା ଲାଗି ଅମଙ୍ଗ ହୋଇଥିଲେ। ତେଣୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଘଟଣାର ତଦନ୍ତ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି। ଇଗ୍ନୋର ପୂର୍ବତନ କୁଳପତି ପ୍ରଫେସର ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ୍ ଏଜୁକେସନାଲ୍ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ୍ (ଏନ୍ଆଇଇପିଏ)ର କୁଳପତି ପ୍ରଫେସର ଶଶିକଳା ୱାଞ୍ଜାରି, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଦକ୍ଷିଣ ବିହାରର ପୂର୍ବତନ କୁଳପତି ପ୍ରଫେସର ଏଚସିଏସ ରାଠୋର ସଦସ୍ୟ ରହିଛନ୍ତି। ୟୁଜିସି ଯୁଗ୍ମ ସଚିବ ସୁନିତା ସିୱାଚ୍ ସଂଯୋଜକ ଅଧିକାରୀ ରହିଛନ୍ତି।

ଏହି କମିଟି ୧୦ ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି UGC ନିକଟରେ ଦାଖଲ କରିବ ବୋଲି UGC  ସଚିବ ମନୀଷ ଯୋଶୀ କହିଛନ୍ତି । KIIT ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କର ଆତ୍ମହତ୍ୟା ଘଟଣାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଗୁରୁତ୍ବର ସହ ନେଇଛି। ଏ ନେଇ ଇନଫୋସିଟି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ମୃତ ଛାତ୍ରୀଙ୍କ ମୋବାଇଲ୍, ଲାପଟପ ଓ କିଛି ଖାତାକୁ ଜବତ କରି ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍ ଲାବକୁ ପଠାଯାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com