ଓଡ଼ିଶାଜାତୀୟଶିକ୍ଷା

ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍

ଭୁବନେଶ୍ୱର :  ଭାରତ ପାକିସ୍ତାନ ମଧ୍ୟରେ ସାମ୍ଭାବ୍ୟ ଯୁଦ୍ଧ ପାଇଁ ଆରମ୍ଭ ହୋଇଛି ମକ୍ ଡ୍ରିଲ । ପୂର୍ବ ଘୋଷଣା ଅନୁସାରେ ଅପରାହ୍ଣ ୪ଟାରେ ସାଇରନ୍ ବାଜିଛି । ରାଜଧାନୀ ଭୁବନେଶ୍ୱର ସମେତ କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ୱର, ରାଉରକେଲା, ଗଞ୍ଜାମ ଆଦି ୧୨ ସ୍ଥାନରେ ଏହି ଯୁଦ୍ଧ ସାଇରନ ବାଜିଥିଲା ।

ଯୁଦ୍ଧ ହେଲେ ଜନସାଧାରଣ କିପରି ନିଜ ଧନ ଜୀବନକୁ ସୁରକ୍ଷିତ ରଖିବେ ସେ ନେଇ ଆଜିର ଏହି ମକ୍ ଡ୍ରିଲ ହୋଇଥିଲା। ବୋମା ବର୍ଷଣ ବେଳେ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଏହା ଭୟଭୀତ ପାଇଁ ନୁହେଁ କେବଳ ସଚେତନତା ପାଇଁ । ଏହି ମକ୍ ଡ୍ରିଲ୍ ନାଗରିକ ଏବଂ ଅଧିକାରୀମାନଙ୍କୁ ପ୍ରକୃତ ସଙ୍କଟ ସମୟରେ ଦକ୍ଷତାର ସହ ପ୍ରତିକ୍ରିୟା କରିବାରେ ସାହାଯ୍ୟ କରିବ। ଅପରାହ୍ଣ ୪ଟାରୁ ୪ଟା ୩୦ ମିନିଟ୍ ଯାଏ ରାଜମହଲ ଛକରୁ ବାପୁଜୀ ନଗର ପର୍ଯ୍ୟନ୍ତ ଅଧଘଣ୍ଟା ଧରି ମକ୍ ଡ୍ରିଲ କରାଯାଇଛି । ମକ୍ ଡ୍ରିଲ୍ ଶେଷହେବା ପରେ ଆଉ ଏକ ସାଇରନ୍ ବାଜିଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com