ଅନ୍ତର୍ଜାତୀୟଓଡ଼ିଶାଜାତୀୟ

ଆତଙ୍କବାଦୀଙ୍କ ଉପରେ ଭାରତର ଆକ୍ରମଣ ପରେ ପ୍ରତିକ୍ରିୟା ରଖିଲେ ନବୀନ

ନୂଆଦିଲ୍ଲୀ : ‘ଅପରେସନ୍ ସିନ୍ଦୂର’ ଜରିଆରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି ଭାରତ । ଏଥିରେ ୩୦୦ରୁ ଅଧିକ ଆତଙ୍କୀ ମରିଥିବା କୁହାଯାଉଛି । ତେବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେନାର ବିଜୟ ପରେ ସେ ଅଭିନନ୍ଦନ ଜଣାଇଛନ୍ତି ।

ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ଭାରତ ଆରମ୍ଭ କରିଛି । ଭାରତୀୟ ସଶସ୍ତ୍ର ବାହିନୀ ପାକ୍ ଅଧିକୃତ କଶ୍ମୀର (PoK) ଏବଂ ପାକିସ୍ତାନର ୯ଟି ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥିତ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଛି। ଏହି ଟାର୍ଗେଟଗୁଡ଼ିକ ପାକିସ୍ତାନ ସୀମାରୁ ୧୦୦ କିଲୋମିଟର ମଧ୍ୟରେ ଥିଲା । ଗୁଇନ୍ଦା ସୂଚନା ଆଧାରରେ ବାୟୁସେନା ଆକ୍ରମଣରେ ୪ଟି ଜୈଶ-ଏ-ମହମ୍ମଦ, ୩ଟି ଲସ୍କର-ଏ-ତୋଇବା ଏବଂ ୨ଟି ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com