ଓଡ଼ିଶାଜାତୀୟବିଜ୍ଞାନ ଓ ପ୍ରଯୁକ୍ତି
ଜେଲରେ ରଖାଯିବ କଏଦୀଙ୍କ ଭଏସ୍ ରେକର୍ଡିଂ

ଭୁବନେଶ୍ବର : ଜେଲରେ ଥିବା ଦୁର୍ଦ୍ଦାନ୍ତ କଏଦୀଙ୍କ ଭଏସ୍ ରେକର୍ଡିଂ କରାଯିବ। ସ୍ବତନ୍ତ୍ର ଡାଟାବେସରେ ସେସବୁ ରେକର୍ଡିଂକୁ ସାଇତି ରଖାଯିବ। ଏହାସହିତ ପ୍ରମୁଖ ଜେଲ୍ ମାନଙ୍କରେ ଅଡିଓ ଟ୍ରାକର୍ ଖଞ୍ଜାଯିବ। ଏପରି କହିଛନ୍ତି ନବ ନିଯୁକ୍ତ ଜେଲ୍ ଡିଜି ସୁଶାନ୍ତ ନାଥ ।
ବିଶେଷକରି ତିହାର ଜେଲ୍ ଭଳି ବ୍ୟବସ୍ଥା ଗ୍ରହଣ କରାଯିବ । ନରହତ୍ୟା, ଡକାୟତି, ଦାଦାବଟି ଆଦାୟ ଭଳି ସଂଗିନ ଆପରାଧିକ ମାମଲାରେ ଯେଉଁମାନେ ଜେଲାରେ ଅଛନ୍ତି ସେମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯିବ । ବହୁ ସମୟରେ ଜେଲରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀମାନେ ମଧ୍ୟ ଅପରାଧ ଜଗତର ମଙ୍ଗ ସମ୍ଭାଳିବା ଦେଖାଯାଏ। କିନ୍ତୁ ଏହାକୁ ପ୍ରମାଣ କରିବା କଷ୍ଟ ହୋଇଥାଏ। ମାତ୍ର ଭଏସ୍ ରେକର୍ଡିଂ ବ୍ୟବସ୍ଥା ଏଭଳି ମାମଲାରେ ପ୍ରମାଣ ରୂପେ ଦର୍ଶାଯାଇପାରିବ। ସେହିଭଳି କେତେକ ଜେଲରେ ଜାମର୍ ବ୍ୟବସ୍ଥା ଉପରେ ସମୀକ୍ଷା କରାଯାଇ ରାଜ୍ୟର ସମସ୍ତ ୮୭ ଜେଲର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ।