ଓଡ଼ିଶାଜାତୀୟ

ବଢିଲା ଶ୍ରୀମନ୍ଦିର ସୁରକ୍ଷା

ପୁରୀ : ଭାରତ – ପାକିସ୍ତାନ ମଧ୍ୟରେ ଆକ୍ରମଣ ଜାରି ରହିଛି । ଅପରେସନ ସିନ୍ଦୂର ଜରିଆରେ ବାରମ୍ବାର ପାକିସ୍ତାନ ଉପରେ ପ୍ରହାର କରୁଛି ଭାରତ। ଯୁଦ୍ଧ ଘୋଷଣା ହୋଇନଥିଲେ ବି ସମ୍ପୂର୍ଣ୍ଣ ଯୁଦ୍ଧର ପରିସ୍ଥିତି । ଏହାରି ଭିତରେ ଏବେ ଭାରତର ପ୍ରମୁଖ ସହର ଏବଂ ସ୍ଥାନ ଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି। ଭୁବନେଶ୍ୱର ଏୟାରପୋର୍ଟ ପରେ ଏବେ ପୁରୀ ସହରରେ ମଧ୍ୟ ସୁରକ୍ଷା ବଢିଯାଇଛି।

ପୁରୀର ବିଭିନ୍ନ ସ୍ଥାନ ସହ  ଶ୍ରୀମନ୍ଦିରରେ ପୋଲିସଙ୍କ ଛାଉଣୀ ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାହିନୀ ନିୟୋଜିତ ହୋଇଛନ୍ତି। ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ତାଲିମପ୍ରାପ୍ତ ପୋଲିସ ମୁତୟନ ହୋଇଥିବା ବେଳେ ସାରା ରାତି ସହରର ଭିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଜୋରଦାର ଚେକିଂ ଏବଂ ବ୍ଲକିଂ କରାଯାଇଛି। ସେହିପରି ବିଭିନ୍ନ ହୋଟେଲ ରହୁଥିବା ଲୋକମାନଙ୍କର ପରିଚୟ ପତ୍ର ଯାଞ୍ଚ କରାଯାଉଛି। ସେହିଭଳି କୌଣସି ସନ୍ଦିଗ୍ଧ ବ୍ୟକ୍ତି ବା ବସ୍ତୁ ନଜରକୁ ଆସିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ଜନସାଧାରଣଙ୍କୁ କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com