ଅନ୍ତର୍ଜାତୀୟଓଡ଼ିଶାଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ସାଇବର ଆକ୍ରମଣ କରୁଛି ପାକିସ୍ତାନ

ଭୁବନେଶ୍ୱର :  ସାଇବର ଆକ୍ରମଣର ଉପାୟ ଆପଣାଇଛି ପାକିସ୍ତାନ । ଗୁଇନ୍ଦା ବିଭାଗର ସୂଚନା ଆଧାରରେ ଲୋକମାନଙ୍କୁ ଏ ନେଇ ସାବଧାନ ରହିବାକୁ କୁହାଯାଇଛି । କୌଣସି ଅଜଣା ଲିଙ୍କ୍ କିମ୍ବା ଫାଇଲ ଏବଂ ଅଜଣା ଫଟୋରେ କ୍ଲିକ୍ ନକରିବାକୁ ଭାରତରେ ଇଣ୍ଟରନେଟ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଇଛି । ହ୍ୱାଟ୍ସଆପ୍, ଫେସବୁକ୍, ଟେଲିଗ୍ରାମ୍ ଏବଂ ଇ-ମେଲ ଭଳି ସୋସିଆଲ ପ୍ଲାଟଫର୍ମ ଗୁଡିକରେ ସାଇବର ଆଟାକ ହେବାର ସମ୍ଭାବନା ଅଧିକ।

କ୍ଷେପଣାସ୍ତ୍ର ଯୁଦ୍ଧରେ କଡା ଜବାବ ଦେଇଥିବାରୁ ପାକିସ୍ତାନର ଅବସ୍ଥା ଦୟନୀୟ ହୋଇପଡିଛି । ସବୁ କ୍ଷେତ୍ରରୁ ଭାରତ ଉପରେ ଆକ୍ରମଣ କରିବାରେ ବିଫଳ ହେଉଥିବାରୁ ଏବେ ସାଇବର ଆକ୍ରମଣର ଉପାୟ ବାଛିଛି ପାକିସ୍ତାନ । ପୂର୍ବରୁ ମିଳିଥିବା ସୂଚନା ଆଧାରରେ ପହଲଗାମ ଆକ୍ରମଣ ପରଠାରୁ ୧୦ ହଜାରରୁ ଅଧିକ ଥର ବିଭିନ୍ନ ୱେବସାଇଟ୍ ଉପରେ ଆକ୍ରମଣ କରିସାରିଛି ପାକିସ୍ତାନ ।

Related Articles

Back to top button
WP Twitter Auto Publish Powered By : XYZScripts.com