ଓଡ଼ିଶାଜାତୀୟଶିକ୍ଷା

ଓଡ଼ିଶା ଫେରାଇନେବାକୁ ସରକାରଙ୍କୁ ନିବେଦନ କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର :  ଜମ୍ମୁରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହା ମଧ୍ୟରେ ୩ ଜଣ ମଧ୍ୟ ଆସି ବାଲେଶ୍ୱରରେ ପହଞ୍ଚି ସାରିଲେଣି । ତେଣୁ ଅବଶିଷ୍ଟ ପିଲାଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଆହୁରି ଶତାଧିକ ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଓଡ଼ିଶା ଫେରେଇ ଆଣିବାକୁ ବ୍ୟବସ୍ଥା ହୋଇଛି।

ସେହିପରି ୫ କୃଷି ବିଜ୍ଞାନ ଛାତ୍ରଛାତ୍ରୀ ଶ୍ରୀନଗରରେ ଫସିରହିଛନ୍ତି। ସେମାନେ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଶ୍ରୀନଗରରେ ଡ୍ରୋନ ଆଟାକ୍ ଶବ୍ଦ ଶୁଣିବାକୁ ପାଇଛୁ। ଆଜି ନ ଗଲେ କାଲି ଆହୁରି ଅଧିକ ସମସ୍ୟା ହୋଇପାରେ। ଅନ୍ୟ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିଲେଣି, ଆମକୁ ନିଅନ୍ତୁ ବୋଲି ଛାତ୍ରୀଛାତ୍ର ନିବେଦନ କରିଛନ୍ତି।

ତେବେ କୌଣସି ପ୍ରକାର ଯୋଗାଯୋଗ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କଣ୍ଟ୍ରୋଲ ରୁମ ନମ୍ବର ଜାରି ହୋଇଛି । ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ଜାରି ହୋଇଥିବା ନମ୍ବର -୭୪୨୮୧୩୫୦୪୪ ଏବଂ ୦୧୧-୨୪୬୭୯୨୦୧ ରହିଛି। ଅନ୍ୟପକ୍ଷେ ଭୁବନେଶ୍ୱରର ସଂସ୍କୃତି ଭବନ ଠାରେ ଜାରି ହୋଇଥିବା ନମ୍ବର -୦୬୭୪-୨୪୩୧୯୪୫ ଏବଂ ୯୫୮୩୩୨୧୯୬୪  ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com