
ଭୁବନେଶ୍ୱର : ମନ୍ତ୍ରୀଙ୍କ ବାଇକରେ ମୁଖ୍ୟମନ୍ତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ବୀର ଯବାନଙ୍କ ସମ୍ମାନାର୍ଥେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ପରାକ୍ରମ ଶୋଭାଯାତ୍ରା । ଏହି କାର୍ଯ୍ୟକ୍ରମରେ ତ୍ରିରଙ୍ଗା ଶୋଭାଯାତ୍ରାକୁ ଶୁଭାରମ୍ଭ କରିବା ପରେ ବାଇକ୍ ରାଲିରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଏହାପରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବାଇକ ପଛରେ ବସି ରାଲି କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଟ୍ରାଫିକ ନିୟମ ପାଳନ ପୂର୍ବକ ମୁଣ୍ଡରେ ହେଲମେଟ୍ ପିନ୍ଧି ହାତରେ ପତାକା ଉଡ଼ାଇଥିଲେ ମୁଖ୍ୟମନ୍ତ୍ରୀ । ମଝିରେ ମଝିରେ ସୂର୍ଯ୍ୟବଂଶୀଙ୍କ ସହ କଥା ହୋଇ ହୋଇ ତ୍ରିରଙ୍ଗାକୁ ଚାହିଁ ଆଗକୁ ବଢୁଥିଲେ । ଏହ ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, NCC, ସ୍କାଉଟ୍ ଗାଇଡ୍, CRPF, ପୁଲିସ ଓ ଟ୍ରାଫିକ୍ ପୁଲିସ୍ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି । ୧୦ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ।