ଜାତୀୟରାଜନୀତି

ମୋ ଛୋଟ ବ୍ରେନରେ ସବୁ ସେଭ୍ ହୋଇ ରହିଛି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେଉନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଚାଲିଥିବା ବେଳେ ଟିଭି ବନ୍ଦ କରିଦିଆଯାଇଛି |

ଭୁବନେଶ୍ୱର୧୫ ମଇ ୨୦୨୫: ଗୁରୁବାର ବିଡ଼ିଓ-ସିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତାଗିଦ। ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ, ସେଠାରୁ ସିଡ଼ିଓ ଏବଂ ବିଡ଼ିଓ ଜନପ୍ରତିନିଧିଙ୍କ କଥା ଶୁଣୁ ନଥିଲେ ଯାହାଫଳରେ ସେମାନଙ୍କୁ ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ସାଧାରଣ ଲୋକଙ୍କୁ ଖାଲି ନୁହେ ମୁଖ୍ୟମନ୍ତ୍ରୀଙ୍କୁ ବି ସମ୍ମାନ ଦେଉ ନାହାନ୍ତି ବିଡ଼ିଓ-ସିଡ଼ିଓ, ତାଙ୍କ ଭାଷଣ ଚାଲିଥିବା ସମୟରେ ଟିଭି ବନ୍ଦ କରିଦେଲେ ଓ ଚେୟାର ମଧ୍ୟ ନେଇ ଯାଇଥିଲେ, ସଭାରୁ ଲୋକଙ୍କୁ ଚାଲିଯିବାକୁ ମଧ୍ୟ କୁହାଯାଉଛି। ମୋ ପାଖରେ ସବୁ ରେକର୍ଡ ଅଛି। ନୂଆ ସରକାରଙ୍କ ଆଭିମୁଖ୍ୟ ନେଇ କାମ କରିବାକୁ ପଡ଼ିବ। ମୋ ସରଳତା ମୋ ଦୁର୍ବଳତା ନୁହେଁ।ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ। ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି। କାହା ଚାପରେ କାମ କରିବେନି। ଲୋକଙ୍କ ପାଇଁ କାମ କରିବେ। ମୋ ଛୋଟ ବ୍ରେନରେ ସବୁ ସେଭ୍ ହୋଇ ରହିଛି। ଯଦି ଏହିପରି ପୁରୁଣା ଅଭ୍ୟାସ ରଖିବେ, କିଏ କ୍ଷମା ଦେବ ଆପଣଙ୍କୁ। ମୁଁ ବିଲକୁଲ ବି କ୍ଷମା ଦେବିନି। ଆମ ଲାଇନରେ ସେଟଅପ୍ ଦେବାକୁ ପଡ଼ିବ। ମୁଁ ଆଦିବାସୀ ଲୋକ, ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ। ମୁଁ ହାର୍ଡ ନିଷ୍ପତ୍ତି ବି ନେଇପାରେ ବୋଲି ମୁଖ୍ୟମନ୍ତ୍ରୀ ତାଗିଦ କରି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com