ନିଜ ନୂଆ ପ୍ରେମକୁ ନେଇ ଚର୍ଚ୍ଚରେ ସାମନ୍ଥା ।
ନିଜ ବନ୍ଧୁଙ୍କ ଘର ଅଜାଡ଼ି ନିଜ ଘର ବସେଇବା ପାଇଁ ଯାଉଛନ୍ତି ସାମନ୍ଥା ।

ବଲିଉଡ ୧୯/ମେ : ସେ ଏତେ ଦିନ ଧରି ପୀଡିତ କାର୍ଡ ଖେଳୁଥିଲା ଏବଂ ଏବେ ସେ ଅନ୍ୟ କାହାର ବିବାହ ଭାଙ୍ଗି ଦେଇଛି! ଇତିହାସ ପୁନରାବୃତ୍ତି ହେଉଛି।
ମୁଁ ତାକୁ ସୋହବିତା ଅପେକ୍ଷା ଅଧିକ ଖରାପ ଭାବୁଛି, ଅତି କମରେ ସୋହବିତା ଭଲ ହେବାର ଅଭିନୟ କରି ସହାନୁଭୂତି ହାସଲ କରେ ନାହିଁ।
ଏବେ ତା ଏମିତି ଲାଗୁଚି ଯେ ସାମନ୍ଥା ହିଁ ନାଗାକୁ ଧୋକା ଦେଇଥିଲା, ସିଏ ସାଧୁ ନୁହେ ।
ଏହିପରି ସବୁ କମେନ୍ଟ ସାମନ୍ଥା ପାଇଁ ସୋସିଆଲ ମିଡିଆରେ ଆସୁଛି, କାରଣ ଏବେ ଜଣାପଡୁଛି ଯେ ସେ ନିଜ ବନ୍ଧୁର ପୂର୍ବତ୍ତନ ସ୍ୱାମୀ ସହ ସମ୍ପର୍କରେ ଅଛି ବୋଲି ।
ଯେଉଁ ସାଙ୍ଗ ତାଙ୍କ ଖରାପ ସମୟରେ ତାଙ୍କୁ ସାହାଯ୍ୟ କଲା, ଆଜି ସେହି ସାଙ୍ଗର ବୈବାହିକ ଜୀବନ ତାଙ୍କପାଇଁ ସରିଯାଇଛି । ବର୍ତ୍ତମାନ ସେ ଏକ ବିବାହିତା ପୁରୁଷ ସହ ସମ୍ପର୍କରେ ଅଛନ୍ତି । ଯେମିତିକି ଆମେ ଜାଣିଚୁ ସାମନ୍ଥା ୨୦୧୭ ରେ ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ, ଯଦି ଆପଣ ସେ ସମୟରୁ ସାମନ୍ଥାଙ୍କ ସାକ୍ଷାତକାର ସବୁ ଦେଖିବା ତା ଲାଗିବ ସେ ବହୁତ ଭଲ ପିଉଥିଲେ ନାଗାଙ୍କୁ, କିନ୍ତୁ ଅଚାନକ ୨୦୨୧ରେ ତାଙ୍କର ଛାଡପତ୍ର ହେଇଗଲା । ସେ ସମୟରେ ତାଙ୍କ ଛାଡପତ୍ରର କାରଣ କିଛି ଜଣାପଡ଼ିନଥିଲା ହେଲେ କିଛି ସମୟ ପରେ ନାଗା ଚୈତନ୍ୟ ଙ୍କୁ ଶୋବିତାଙ୍କ ସହ ଦେଖିବାକୁ ମିଳିଥିଲା । ଏଥିପାଇଁ ସାମନ୍ଥାଙ୍କ ପ୍ରଶଂସକ ମନକୁ ଲାଗିଲା ନାଗା ଶୋବିତାଙ୍କ ପାଇଁ ସାମନ୍ଥାଙ୍କୁ ଛାଡପତ୍ର ଦେଇଥିଲେ | ଯେଉଁଥିପାଇଁ ଦୁହିଁଙ୍କୁ ବହୁତ ଟ୍ରୋଲ୍ ହବାକୁ ମଧ୍ୟ ପଡିଥିଲା, ଯେତେବେଳେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହଲେ ସେବେ ଦୁହିଁଙ୍କୁ ସାମନ୍ଥାଙ୍କ ପ୍ରଶଂସା ଏହି ବିବାହ ଉତ୍ସବକୁ ବହୁତ ଅଧିକ ଟ୍ରୋଲ୍ କରିଥିଲେ | ସେ ସମୟରେ ଲାଗୁଥିଲା ପୂର୍ବତ୍ତନ ସ୍ୱାମୀଙ୍କ ବିବାହ ସାମନ୍ଥାଙ୍କୁ ଭାଙ୍ଗି ଦେଇଥିଲା, ଅଚାନକ ସେ ତାଙ୍କର ବିଭିନ୍ନ ଶାରୀରିକ ସମସ୍ୟା ଦେଖା ଦେଇଥିଲା, ସୋସିଆଲ ମେଡିଆରେ ଅନେକ ସାକ୍ଷାତକାର ସମୟରେ ସେ ଏମିତି ଦେଖାଇଥିଲେ ଯେ ସେ ଭାଙ୍ଗି ଯାଇଛନ୍ତି ବୋଲି ଏବଂକାନ୍ଦିଛନ୍ତି ମଧ୍ୟ | ସେ ସମୟର ପରିସ୍ଥିତି ଦେଖିକି ଏମିତି ଲାଗୁଥିଲା ନାଗା ସାମନ୍ଥାଙ୍କୁ ଧୋକା ଦେଇଥିଲେ ଆଉ ସେ ଧୋକା ବରଦାସ୍ତ କରିପାରିନଥିଲେ ସଦଇଥିପାଇଁ ଥାଙ୍କ ଲୋକମାନଙ୍କ ଠାରୁ ଅତ୍ୟଧିକ ସହାନଭୂତି ମିଳିଥିଲା |କିଛିସମୟ ହେବ ସାମନ୍ଥାଙ୍କୁ ଏକ ଅଜଣା ବ୍ୟକ୍ତି ସହ ଦେଖିବାକୁ ମିଳିଥିଲା, ହେଲେ ବର୍ତ୍ତମାନ ସାମନ୍ଥା ନିଜେ ତାଙ୍କସହ ଫୋଟୋସ ଶେୟର କରୁଛନ୍ତି , ଯଦି ଆପଣ ଏହି ଫୋଟୋ ଗୁଡିକୁ ଦେଖିବା ତାହେଲେ ଆପଣାକୁ ଲାଗିବ ସେ ନିଜର ନୂଆ ପ୍ରେମୀଙ୍କୁ ଲୋକମାନଙ୍କୁ ଦେଖେଇବା ପାଇଁ ଚାହୁଁଛନ୍ତି | କିଛି ଲୋକ ଭବିବେ ଏଥିରେ ଖରାପ କଣ ଅଛି, ସେ ବହୁତ ଆଗରୁ ସଂଘର୍ଷ କରିଆସୁଛନ୍ତି | ହେଲେ ସେ ବର୍ତମାନ ଯାହା ସହ ସମ୍ପର୍କରେ ଅଛନ୍ତି ସେ ହଉଛନ୍ତି ତାଙ୍କ ବନ୍ଧୁଙ୍କର ସ୍ୱାମି ଏବଂ ତାଙ୍କର ଗୋଟେ ଝିଅ ବି ଅଛି | ତାଙ୍କ ବନ୍ଧୁ ଯିଏକି ଛାଡପତ୍ର ପରେ ବହୁତ ଅଧିକ ସପୋର୍ଟ କରିଥିଲେ ଏବଂ କିଛି ସମୟ ପାଇଁ ସାମନ୍ଥା ତାଙ୍କ ସହ ତାଙ୍କ ଘରେ ମଧ୍ୟ ରହିଥିଲେ ସେ ବର୍ତମାନ ତାଙ୍କରି ସ୍ୱାମୀଙ୍କ ସହ ସମ୍ପର୍କରେ ଅଛନ୍ତି | ସାମନ୍ଥାଙ୍କ ବର୍ତ୍ତମାନର ପ୍ରେମିକ ହଉଛନ୍ତି ରାଜ ନିଦୀମୋରୁ ଯିଏକି ରାଜ ଆଣ୍ଡ ଡିକେ ପ୍ରଡକସନ କମ୍ପାନୀର ନିର୍ଦେଶକ ଆଉ ଲେଖକ | ଯିଏକି ବହୁତ ସାରା ମୁଭିସ ଆଉ ୱେବ ସିରିଜରେ ନିର୍ଦେଶନା ଦେଇଛନ୍ତି, ଯେମିତିକି ‘ଦି ଫ୍ୟାମିଲି ମ୍ୟାନ’ ‘ଦି ଫ୍ୟାମିଲି ମ୍ୟାନ୨’, ‘ସିଟାଡ଼ିଲ ହନିବନି’ ଅନ୍ତର୍ଭୁକ୍ତ | ଆଉ ତାଙ୍କର ତିନୋଟି ଯାକ ଚର୍ଚ୍ଚିତ ୱେବ ସିରିଜରେ ମୁଖ୍ୟ ନାଇକା ଭାବେ ସାମନ୍ଥା ଦେଖିବକୁ ମିଳିଥିଲେ | ପ୍ରମୋସନ ସମୟରେ ଦୁହେଁ ବହୁତ ସମୟ ସାଥିରେ ବିତାଇଥିଲେ ଏବଂ ଦୁହିଁଙ୍କ ଭିତରେ ଘନିଷ୍ଟତା ବଢିଥିଲା |’ଦି ଫ୍ୟାମିଲି ମ୍ୟାନ’ ସମୟରେ ସାମନ୍ଥା ବିବାହିତା ଥିଲେ ଆମେ ମାନିନେବା ଯେ ଦୁହେଁ ସେତେବେଳେ ଖାଲି ବନ୍ଧୁ ଥିଲେ , ହେଲେ ୨୦୨୧ରେ ସାମନ୍ଥା ଆଉ ନାଗା ଅଲଗା ହେଇଗଲେ ଏବଂ ସେହି ବର୍ଷରେ ‘ଦି ଫ୍ୟାମିଲି ମ୍ୟାନ୨’ ମଧ୍ୟ ମୁକ୍ତିଲାଭ କରିଥିଲା , ଏହିରୂ ଜଣାପଡେ ଯେ ଛାଡପତ୍ର ପରେ ମଧ୍ୟ ସେ ରାଜ ଙ୍କ ସହ କାମ କରୁଥିଲେ | ତାଙ୍କର ବିବାହ ବିଛେଦ ପରେ ସେ ମାନସିକ ଓ ଶାରୀରିକ ତରରେ ଭାଙ୍ଗି ପଡ଼ିଥିଲେ ଏବଂ ସେତେବେଳେ ତାଙ୍କୁ ସାହାରା ଦେଇଥିଲେ ତାଙ୍କ ବନ୍ଧୁ ଶ୍ୟମଳୀ ଓ ରାଜ ତା ଏହିରୂ ଜଣା ପଡୁଛି ସାମନ୍ଥା ବହୁତ ଆଗରୁ ରାଜ ଙ୍କ ସହ ସମ୍ପର୍କ ଥିଲା ସାମନ୍ଥାଙ୍କର ।