କେରଳରେ ନିଖୋଜ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର
କୋଚି,୨୦|୦୫:ଭାରତୀୟ ସଂସ୍କୃତି ଓ ପରମ୍ପରାରେ ନାରୀଙ୍କୁ ଦେବୀର ରୂପରେ ଦେଖାଯାଏ। “ଯେଉଁ ଦେଶରେ ନାରୀଙ୍କୁ ପୂଜା କରାଯାଏ , ସେଠି ଦେବତାମାନେ ବାସ କରନ୍ତି” – ଏହା ଆମେ ସମସ୍ତେ ଜାଣିଛୁ। ତେବେ ଆମେ ଯେଉଁଠି କନ୍ୟା ସମ୍ମାନ କଥା କୋହୁଛୁ , ସେଠି କନ୍ୟା ଶିଶୁମାନେ ନିଜ ପରିବାର ଠାରୁ ହିଁ ନିର୍ଯାତନାର ଶିକାର ହେଉଛନ୍ତି। କେରଳରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି | କେରଳରତିରୁଭାନିୟୋର ପଞ୍ଚାୟତରୁ ନିଖୋଜ ହୋଇଯାଇଥିବା ତିନି ବର୍ଷର ଶିଶୁ କନ୍ୟାଙ୍କ ମୃତଦେହ ରାତି ପ୍ରାୟ ୨.୩୦ ସମୟରେ ଚେଙ୍ଗାମନାଡ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ମୋଜିକିକୁଲମ୍ ବ୍ରିଜ୍ ନିକଟସ୍ଥ ଚଲାକ୍କୁଡି ନଦୀରୁ ଉଦ୍ଧାର କରାଯାଇଥିଲା |
ସୂଚନା ମୁତାବକ, ତାଙ୍କ ମାଆ ସନ୍ଧ୍ୟା ତାଙ୍କୁ ନଦୀରେ ଫିଙ୍ଗି ଦେଇଥିବା ଜଣା ପଡିଛି , ଯାହାଙ୍କ ବିରୋଧରେ ଚେଙ୍ଗାମାନାଦ ଥାନାରେ ଏତଲା ରୁଜୁ କରାଯାଇଛି ।ତେବେ ଶିଶୁ କନ୍ୟା ଜଣଙ୍କ ସନ୍ଧ୍ୟା ଏବଂ ତାଙ୍କ ସ୍ୱାମୀ ସୁଭାଷଙ୍କ ସାନ ଝିଅ ଥିଲେ। ଶିଶୁ କନ୍ୟା ଉପରେ ଦୁହେଁ ସ୍ୱାମୀ ଓ ସ୍ତ୍ରୀ ଅତ୍ୟାଚାର କରୁଥିଲେ ବୋଲି ଅଭିଯୋଗ କରିଛନ୍ତି | ମୁଜିକୁଲମ ସେତୁ ନିକଟରେ ସେମାନେ ଶିଶୁ କନ୍ୟା ଟିକୁ ନେଇଯାଉଥିବାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିଲା। ଏହା ପରେ, ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଓ ମୃତ ଶିଶୁ କନ୍ୟାର ଦେହ ଉଦ୍ଧାର ହୋଇଥିଲା |