ଜାତୀୟ
ପୁଣି ଲେଉଟିଲା କରୋନା
ମୁମ୍ବାଇ,୨୦|୦୫ : ୨୦୨୦ରେ ଜାନୁୟାରୀରୁ ସାରା ବିଶ୍ଵରେ କରୋନା ଭୂତାଣୁ ବ୍ୟାପି ମହାମାରୀରେ ପରିଣତ ହୋଇଥିଲା। ଏହି ମହାମାରୀ ଅନେକ ଧନ ଜୀବନ ନଷ୍ଟ କରିଥିଲା | କ୍ରମେ ଏହାର ପ୍ରଭାବ ଧୀରେ ଧୀରେ ଲୋପ ପାଇଥିଲା |ମାତ୍ର ପ୍ରାୟ ସାଢ଼େ ୩ ବର୍ଷ ପରେ ଏବେ ପୁନର୍ବାର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସିଙ୍ଗାପୁର, ହଂକଂ ଭଳି ରାଷ୍ଟ୍ରରେ ଦ୍ରୁତଗତିରେ ଏହା ମାଡ଼ିବା ଆରମ୍ଭ କରିଥିବାବେଳେ ଭାରତରେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।
ସୋମବାର ଗୋଟିଏ ଦିନରେ ମୁମ୍ବାଇରେ ୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ଏପରିକି ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ହୋଇସାରିଥିବା ଖବର ପ୍ରକାଶ ପାଇଛି | ତେବେ କରୋନାର ଲକ୍ଷଣ ଦେଖା ଦେଲେ ସ୍ଥାନୀୟ ଡାକ୍ତର ଖାନା ରେ ତୁରନ୍ତ ଚିକିତ୍ସା ଲାଗି ଜନତା ମାନଙ୍କୁ ସୂଚନା ଦିଆଯାଇଛି |