ଜାତୀୟ

ବାଙ୍ଗାଲୋରରେ ବର୍ଷା; ୫୦୦ ଘର ଜଳମଗ୍ନ , ୩ଜଣଙ୍କ ମୃତ୍ୟୁ

ବାଙ୍ଗାଲୋର ୨୦|୦୫: ସୋମବାରୁ ବାଙ୍ଗାଲୋରରେ ପ୍ରବଳ ବର୍ଷା ଜାରି ରହିଛି। ସହରର ଅଧିକାଂଶ ରାସ୍ତା ପାଣିରେ ବୁଡ଼ି ରହିଛି। ୫୦୦ ରୁ ଅଧିକ ଘର ପାଣିରେ ବୁଡ଼ି ରହିଥିବା ସୂଚନା ମିଳିଛି । ବିଟିଏମ୍ ଲେଆଉଟରେ ଥିବା ଆପାର୍ଟମେଣ୍ଟଟି ପାଣିରେ ବୁଡି ରହିଥିବା ସମୟରେ ଏକ ଅଭାବନୀୟ ଘଟଣା ଦେଖାଦେଇଛି | ବିଦ୍ୟୁତ୍ ଆଘାତ ଯୋଗୁଁ ଜଣେ ୧୨ ବର୍ଷୀୟ ଶିଶୁ ଏବଂ ଜଣେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।ପ୍ରବଳ ବର୍ଷା ଲାଗି ହ୍ୱାଇଟଫିଲ୍ଡ କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁଁ ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ପାଣିପାଗ ବିଭାଗ ଆଜି ମଧ୍ୟ ପ୍ରବଳ ବର୍ଷା ପାଇଁ ହଳଦିଆ ଆଲର୍ଟ ଜାରି କରିଛି |

ଝାଡ଼ଖଣ୍ଡରେ ବଜ୍ରପାତ ଯୋଗୁଁ ୫ ଜଣ ଏବଂ ମହାରାଷ୍ଟ୍ରରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଝାଡ଼ଖଣ୍ଡ ଏବଂ ବିହାର ସମେତ ୧୩ଟି ରାଜ୍ୟରେ ଆଜି ପ୍ରବଳ ବର୍ଷା ହେବାର ସତର୍କତା ଜାରି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com