ପୁରୀ,୨୦।୫: ସାମ୍ନାକୁ ଆସିଛି ଗୁମର କଥା | ପୁରୀ ବୁଲିବାକୁ ଆସିଥିବା ସମୟରେ ଏକ ହୋଟେଲ୍ରେ ରହୁଥିଲେ ପକ୍-ସ୍ପାଏ ଜ୍ୟୋତି ମାଲହୋତ୍ରା ଏବଂ ତାଙ୍କ ସାଙ୍ଗରେ ଥିଲେ ପ୍ରିୟଙ୍କା ସେନାପତି | ହୋଟେଲ୍ରେ ଶୋଇ କଥାବାର୍ତ୍ତା ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ପାକିସ୍ତାନ ଗୁପ୍ତଚର ଗିରଫ ଜ୍ୟୋତି ମାଲହୋତ୍ରାଙ୍କ ସହ ପୁରୀର ପ୍ରିୟଙ୍କା ସେନାପତିଙ୍କ ଲିଙ୍କ ପ୍ରସଙ୍ଗ ଏବେ ମୁଖ୍ୟ ଚର୍ଚାର ବିଷୟ ପାଲଟିଛି |
ପୁରୀ ଏସ୍ପି କହିଛନ୍ତି, ତଦନ୍ତରେ ପ୍ରିୟଙ୍କା ପୂରା ସହଯୋଗ କରୁଛନ୍ତି। ଆମେ କୌଣସି ସିଦ୍ଧାନ୍ତରେ ପହଞ୍ଚି ନାହୁଁ , ତଦନ୍ତ ଜାରି ଅଛି । ସବୁ ଏଜେନ୍ସି ସହ ଆମେ ସମ୍ପର୍କରେ ରହି କୋପରେଶନ କରୁଛୁ। ଜ୍ୟୋତି କେତେ ଥର ପୁରୀ ଆସିଥିଲେ, ତାହାର ମଧ୍ୟ ତଦନ୍ତ ଚାଲିଛି।