ଜାତୀୟ

ସାମ୍ନାକୁ ଆସିଲା ଗୁପ୍ତଚର ଜ୍ୟୋତିଙ୍କ ଡାୟାରୀ

ନୂଆଦିଲ୍ଲୀ,୨୦।୫:ପହଲଗାମ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଏକ କଠୋର ପାଦକ୍ଷପ ନେଇଛି । ଭାତର ସରକାର କେବେଳ ଆତଙ୍କ ବାଦକୁ ଲକ୍ଷ କରିନାହିଁ ବରଂ ଭାରତରେ ଲୁଚିଥିବା ପାକିସ୍ତାନୀ ଗୁପ୍ତଚରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ଏହି ମାମଲାରେ ଯେଉଁ ନାମଟି ସବୁଠାରୁ ଅଧିକ ଚର୍ଚ୍ଚାରେ ଆସିଛି, ସେହେଉଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ତଦନ୍ତରେ ତାଙ୍କର ଡାଏରୀର କିଛି ପୃଷ୍ଠା ମିଳିଛି, ଯେଉଁଥିରେ ପାକିସ୍ତାନ ପ୍ରତି ତାଙ୍କର ଗଭୀର ଆସକ୍ତି ପ୍ରକାଶ ପାଇଛି।
ତେବେ ସୁରକ୍ଷା ଏଜେନ୍ସିଗୁଡ଼ିକ ଜ୍ୟୋତି ମାଲହୋତ୍ରାଙ୍କୁ ନିରନ୍ତର ପଚରାଉଚରା କରୁଛନ୍ତି ଏବଂ ତାଙ୍କଠାରୁ ପାକିସ୍ତାନକୁ ପଠାଇଥିବା ସମସ୍ତ ସୂଚନା ପାଇବାକୁ ପ୍ରୟାସ ଜାରି କରୁଛନ୍ତି। ତେବେ ତଦନ୍ତ ସମୟରେ ତାଙ୍କ ଡାଏରୀର କିଛି ପୃଷ୍ଠା ଏବେ ସାମ୍ନାକୁ ଆସିଛି। ସେ ୨୦୧୨ କ୍ୟାଲେଣ୍ଡରର ଡାଏରୀରେ ପାକିସ୍ତାନ ପ୍ରତି ତାଙ୍କର ଭାବନା ପ୍ରକାଶ କରିଥିଲେ । ସେ ଲେଖିଛନ୍ତି ଯେ ଆମେ ସମସ୍ତେ ତିଆରି ଦେଶ ଦେଶ ମଧ୍ୟରେ ଶତ୍ରୁ ଭାବନା ରଖିବା ଉଚିତ ନୁହେଁ।ପାକିସ୍ତାନ ରେ ବହୁତ କମ ସମୟ ଅତିବାହିତ କରିଥିବାରୁ ସେ ତାଙ୍କ ଡାୟାରୀରେ ଦୁଃଖ ପ୍ରକାଶ କରିଛନ୍ତି |

ସେ ତାଙ୍କ ଦାୟାରୀ ରେ ଲେଖିଛନ୍ତି ଯେ ମୁ ମାତ୍ର ୧୦ ଦିନ ପାକିସ୍ତାନ ରେ ରହି ମୋ ଦେଶ ଭାରତକୁ ଫେରିଆସିଥିଲି । ଏହି ସମୟ ମଧ୍ୟରେ, ମୁଁ ପାକିସ୍ତାନର ଲୋକଙ୍କଠାରୁ ବହୁତ ଭଲପାଇବା ପାଇଥିଲି । ସବସ୍କ୍ରାଇବର୍‌ ଏବଂ ବନ୍ଧୁମାନେ ମଧ୍ୟ ମୋତେ ଭେଟିବାକୁ ଆସିଥିଲେ। ମୁଁ ଲାହୋରରେ ମାତ୍ର ଦୁଇ ଦିନ ରହିଲି , ଯାହା ମୋ ପାଇଁ ବହୁତ କମ ସମୟ ଥିଲା ବୋଲି ଜ୍ୟୋତି ତାଙ୍କ ଡାଏରୀରେ ଲେଖିଛନ୍ତି।

ସେ ତାଙ୍କ ଡାଏରୀରେ ପାକିସ୍ତାନ ସରକାର ଙ୍କୁ ଅନୁରୋଧ କରିଥିଲେ ଯେ ପାକିସ୍ତାନ ସରକାର ଭାରତୀୟମାନଙ୍କ ପାଇଁ ଅଧିକ ଗୁରୁଦ୍ୱାର ଏବଂ ମନ୍ଦିର ପାଇଁ ପଥ ଖୋଲିବା ଉଚିତ। ପାକିସ୍ତାନରେ ମନ୍ଦିରଗୁଡ଼ିକୁ ମଧ୍ୟ ସୁରକ୍ଷା ଦିଆଯାଉ। ଯାହା ଦ୍ୱାରା ହିନ୍ଦୁମାନେ ମଧ୍ୟ ସେଠାକୁ ଆସିପାରିବେ ଏବଂ ୧୯୪୭ ମସିହାରେ ଅଲଗା ହୋଇଥିବା ପରିବାରଗୁଡ଼ିକ ପରସ୍ପରକୁ ଭେଟିପାରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com