ସରକାରୀ କ୍ୱାଟର୍ସ ଜବର ଦଖଲକାରୀଙ୍କୁ ଉଚ୍ଛେଦ

ଭୁବନେଶ୍ୱର,୨୧|୦୫ :- ସରକାରୀ କ୍ୱାଟର୍ସ ଜବର ଦଖଲକାରୀଙ୍କୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି | ସେବା ସଦନ ନା ରେ ମାଡି ବସିଥିଲେ ୪ କ୍ୱାଟର୍ସ | କଟା ହେଲା ବେଆଇନ ପାଣି ଓ ବିଦ୍ୟୁତ ସୁବିଧା | ସୂଚନା ମୁତାବକ ୯୯ଟି ଜବର ଦଖଲକାରୀ କ୍ୱାଟର୍ସରୁ ମାତ୍ର ୧୧ ଟି ଉଚ୍ଛେଦ ହୋଇଛି | ଓ ୭ ଟି କ୍ୱାଟର୍ସ ସିଲ ହୋଇଛି | ଜିଏ ବିଭାଗ ସହିତ ବିଏମସି ଓ ବିଡିଏର ପ୍ରାୟ ୫୦ ଜଣିଆ ଏନ୍ଫୋର୍ସମେଣ୍ଟ ଟିମ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା | କଂଗ୍ରେସ ଭବନକୁ ଲାଗି ରହିଥିବା ଭିଆଇ ୩୧ /୧ ରୁ ୩୧/୪ ପର୍ଯ୍ୟନ୍ତ ୪ଟି କ୍ୱାଟର୍ସକୁ ଉଚ୍ଛେଦ କରାଯାଇଥିଲା | ସୂଚନାରୁ ଜଣା ପଡିଛି ଯେ ଏଠି ପରମେଶ୍ୱର ଦାସ ନାମକ ଜଣେ ବ୍ୟକ୍ତି ବୁଲେନ ଭାଇ ସେବା ସଦନ ନାମରେ ୪ ଟି କ୍ୱାଟର୍ସ ଜବର ଦଖଲ କରି କ୍ୱାଟର୍ସକୁ ଲାଗି ଏକ କୋଠା ଘର ତିଆରି କରି ବାହାଘର ,ବ୍ରତଘର ଓ ବିଭିନ୍ନ ସଭା ଓ ଭୋଜି ଭାତ କରୁଥିଲେ |
ସରକାରୀ ଦଳର ବିଧାୟକଙ୍କ ଜଣେ ଖାସ ଲୋକ ଏଠି ରହୁଥିଲେ ଓ ଉଚ୍ଛେଦ ବେଳେ ଉପସ୍ଥିତ ଅଧିକାରୀଙ୍କୁ ଡ଼ରାଇଥିଲେ | ଏହି ମାମଲାରେ ସଂଘ ର ସଭାପତି ବିଜୟ କୁମାର ମଲ୍ଲ କହିଛନ୍ତି ଯେ , ସରକାରୀ କ୍ୱାଟର ହୋଇଥିବାରୁ ଏଠି ପୋଲିସ ଯାଞ୍ଚ କରୁନାହିଁ | ତେଣୁ ଦଲାଲ ମାନେ ନିର୍ଭୟରେ ଅସାମାଜିକ କାର୍ଯ୍ୟ କରୁଛନ୍ତି
| ସରକାରୀ କର୍ମଚାରୀ ବର୍ଷ ବର୍ଷ ଧରି ସେବା ଦେଲେ ମଧ୍ୟ କ୍ୱାଟର୍ସ ପାଇ ପାରୁନାହାନ୍ତି ତେଣୁ ଜବର ଦଖଲ କାରୀଙ୍କୁ ଉଚ୍ଛେଦ କରି ପ୍ରକୃତ ହିତାଧିକାରୀଙ୍କୁ ଘର ଯୋଗା ଯାଉ | ତେବେ ସରକାରୀ କ୍ୱାଟର୍ସ ବୋଲି ନ ଜାଣି ଭଡା ରହୁଥିବା ଭଡାଟିଆ ମାନେ ଉଚ୍ଛେଦ ପ୍ରକ୍ରିୟାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ଜବର ଦଖଲ କରି ଭଡା ଲଗାଉଥିବା ବ୍ୟକ୍ତିଙ୍କ ନାମରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଏ ର ସରକାରୀ ନିର୍ଦ୍ଧେଶକ ଅମୀୟ କୁମାର କହିଛନ୍ତି |