ଓଡ଼ିଶା

କନ୍ଧମାଳ ଜିଲ୍ଲାରେ ୭୩ଟି ହାଇସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ଶେଷ, ଭର୍ଚୁଆଲରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ହାଇସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ଶେଷ ହୋଇଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଏହାକୁ ଉଦଘାଟନ କରିବେ । ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ୟୁଜିଏଚଏସ ବିରିଗାଁ, ସରକାରୀ ହାଇସ୍କୁଲ ବପଲମେଣ୍ଡି, ବିରୁପାକ୍ଷ ହାଇସ୍କୁଲ ବ୍ରାହ୍ମଣପାଦ ଓ ଏଭିଚକାପାଦ ସରକାରୀ ହାଇସ୍କୁଲ ନେଡ଼ିଗୁଡ଼ା, ବିବି ହାଇସ୍କୁଲ ଲାଇନ ପଡ଼ା ଓ ସରକାରୀ ହାଇସ୍କୁଲ ଶଙ୍କରାଖୋଲ ୭ଟି ଯାକ ହାଇସ୍କୁଲର ବିଭିନ୍ନ କାର୍ଯ୍ୟ ସବୁ ସରିଥିବା ଚକାପାଦ ବିଡିଓ ଅନୀଲ ପଟ୍ଟନାୟକ କହିଛନ୍ତି ।

ଶଙ୍କରାଖୋଲ ହାଇସ୍କୁଲଠାରେ ଆସନ୍ତା ୩ ତାରିଖ ଶୁକ୍ରବାର ଦିନ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଚକାପାଦ ସମେତ ଜିଲ୍ଲାର ସମସ୍ତ ୭୩ଟି ଯାକ ହାଇସ୍କୁଲ ଉଦଘାଟନ କରିବେ । ଏସବୁ ହାଇସ୍କୁଲର ରୂପାନ୍ତରୀଣ କାର୍ଯ୍ୟ ସମ୍ପୃକ୍ତ ବ୍ଲକ ବିଡ଼ିଓ ଓ ଯନ୍ତ୍ରୀମାନଙ୍କ କାର୍ଯ୍ୟ ଦକ୍ଷତା, ନିଷ୍ଠାପର ଉଦ୍ୟମ ସାଙ୍ଗକୁ  ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବେଶ୍ ଉଚ୍ଚମାନର ହୋଇଥିବା ଜଣାପଡିଛି । ସେହିପରି ଜିଲ୍ଲାପାଳ ଡା. ବୃନ୍ଦା ଡି ଓ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ଵରଞ୍ଜନ ନାଏକ ପ୍ରମୁଖ ନିୟମିତ ସ୍ମାର୍ଟ ସ୍କୁଲ କାର୍ଯ୍ୟ ତଦାରଖ କରିଆସୁଥିଲେ ।

ଶଙ୍କରା ଖୋଲଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ବାଲିଗୁଡ଼ା ବିଧାୟକ ସାଲୁଗା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁରଙ୍କ ସମେତ ଜିଲ୍ଲାପାଳ ଡା. ବୃନ୍ଦା ଡି. ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ଵରଞ୍ଜନ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବରିଷ୍ଠ ପ୍ରଶାସନିକ ଅଧିକାରୀ ଶିକ୍ଷକଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେବେ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୦ଟି ହାଇସ୍କୁଲ ରୂପାନ୍ତରୀକରଣ କରାଯାଇଥିଲା। ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟା, ଆନ୍ତରିକ ଉଦ୍ୟମ ଯୋଗୁଁ ଏସବୁ କାର୍ଯ୍ୟ ସମ୍ଭବ ହୋଇଛି ।

ସରକାରଙ୍କ ରୂପନ୍ତୀକରଣ କାର୍ଯ୍ୟକ୍ରମ ଦ୍ଵାରା ସରକାରୀ ହାଇସ୍କୁଲଗୁଡିକରେ ମଧ୍ୟ ବେସରକାରୀ ଇଂରାଜୀ ମିଡିୟମ ସ୍କୁଲ ପରି ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ, ଶୈଖିକ ବାତାବରଣ ଛାତ୍ରଛାତ୍ରୀ ପାଇବେ ବୋଲି ବିଡ଼ିଓ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com