ଓଡ଼ିଶା

ନୂଆପଡା ସୀମାନ୍ତ ଉଦନ୍ତୀ ଅଭୟାରଣ୍ୟରୁ ବାଘର ମୃତଦେହ ଉଦ୍ଧାର, ନଖ ଓ ମୁଣ୍ଡ କାଟି ନେଇଛନ୍ତି ଶିକାରୀ

ନୂଆପଡା: ନୂଆପଡା ଜିଲ୍ଲା ସୀମାନ୍ତ ତାଲାକୋଟ ଗାଁ ନିକଟ ଛତିଶଗଡ ଉଦନ୍ତୀ ଅଭୟାରଣ୍ୟ ନିକଟରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରିଛି ଛତିଶଗଡ ବନ ବିଭାଗ । କଲରାପତରିଆ ବାଘର ମୃତଦେହ ଜଙ୍ଗଲ ଭିତରେ ପଡି ରହିଥିବା ବେଳେ ଶିକାରୀମାନେ ବାଘର ନଖ ଓ ମୁଣ୍ଡ କାଟି ନେଇଥିବା ଛତିଶଗଡ ବନ ବିଭାଗ ସୂଚନା ଦେଇଛି । ଘଟଣାସ୍ଥଳରୁ ଧନୁତୀର, ବାଇଣ୍ଡିଂ ତାର ସହ ଅନେକ ମାରଣାସ୍ତ୍ର ଛତିଶଗଡ଼ ବନ ବିଭାଗ ଜବତ କରିଥିବା ବେଳେ ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନଥିବା ସୂଚନା ମିଳିଛି ।

ପୂର୍ବରୁ ଛତିଶଗଡ଼ ପୋଲିସ ଓ ବନ ବିଭାଗ ପକ୍ଷରୁ ସୀମାନ୍ତବର୍ତ୍ତି ଅଭୟାରଣ୍ୟରୁ ବାଘଛାଲ, ନଖ, ହାତୀଦାନ୍ତ ସହ ବଜ୍ରକାପ୍ତା କାତି ସମେତ ଅନେକ ବନ୍ୟଜନ୍ତୁଙ୍କ ଅଙ୍ଗ ଜବତ କରିଥିବା ବେଳେ ନୂଆପଡା ବନ ବିଭାଗର ହାତ ଖାଲି । ଆଜିର ଘଟଣା ପରେ ସିନାପାଲି ଓ ଛତିଶଗଡ ବନ ବିଭାଗ ସହ ଟାଇଗର ରିଜର୍ଭର ଉପ ନିର୍ଦ୍ଦେଶକ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com