ଓଡ଼ିଶାଶିକ୍ଷା

ଯୁକ୍ତ ୨ରେ ୮୨.୭୭ % ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ଭୁବନେଶ୍ୱର,୨୨/୦୫ :- ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ୮୨.୭୭% ଛାତ୍ର ଛାତ୍ରୀ ପାସ କରିଛନ୍ତି | ତେବେ ପାସ ହାର ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ଅଧିକ ଅଟେ | ୨୨୮୯ ଜଣ ଛାତ୍ର ଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି | +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଫଳ ଗତ ବୁଧବାର ଦିନ ପ୍ରକାଶ ପାଇଥିଲା | ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟା ନନ୍ଦ ଗଣ୍ଡ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଥିଲେ | ତେବେ ଚଳିତ ବର୍ଷ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ର ଛାତ୍ରୀ ମୋଟ ୩ ଲକ୍ଷ ୮୨ ହଜାର ୭୨୯ ଜଣ ପରୀକ୍ଷା ଦେଇଥିଲେ | ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୧୬ ହଜାର ୭୮୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ୧ ଲକ୍ଷ ୪୨ ହଜାର ୫୧୨ ଛାତ୍ର ଓ ୧ ଲକ୍ଷ ୭୪ ହଜାର ୨୫୧ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି | ତେବେ ଛାତ୍ରଙ୍କ ପାସ ହାର ୭୭.୮୮ ଥିବା ବେଳେ ଛାତ୍ରୀଙ୍କ ଉତ୍ତୀର୍ଣ୍ଣ ହାର ୮୭.୨୪% ରହିଛି |

Related Articles

Back to top button
WP Twitter Auto Publish Powered By : XYZScripts.com