ଜାତୀୟରାଜନୀତି

“ସିନ୍ଦୁର ପରିଣତ ହେଲା ବାରୂଦରେ” – ପ୍ରଧାନମନ୍ତ୍ରୀ ମୋଦୀ

ରାଜସ୍ତାନ ,୨୨/୦୫ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ତାନର ବିକାନେରରେ ୧୦୩ଟି ଅମୃତ ଭାରତ ଷ୍ଟେସନ ଉଦଘାଟନ କରିବା ପରେ କହିଛନ୍ତି, “ଆଜି, ମୁଁ କରଣୀ ମାତାଙ୍କ ଆଶୀର୍ବାଦ ନେବା ପରେ ଆପଣଙ୍କ ମଧ୍ୟରେ ଆସିଛି। ତାଙ୍କ କୃପା ଦ୍ୱାରା, ବିକାଶ ଭାରତ ସୃଷ୍ଟି କରିବାର ଆମର ସଂକଳ୍ପ ଆହୁରି ଦୃଢ ହୋଇଛି ” |

ପାକିସ୍ତାନୀ ଆତଙ୍କବାଦୀମାନେ ଧର୍ମ ପଚାରି ପହଲଗାମରେ ଆମ ଭଉଣୀମାନଙ୍କ ମଥାରୁ ସିନ୍ଦୁର ନଷ୍ଟ କରିଦେଇଥିଲେ କିନ୍ତୁ ସେହି ଗୁଳିଗୁଡ଼ିକ ୧୪୦ କୋଟି ଦେଶବାସୀଙ୍କ ଛାତିକୁ ବଦ୍ଧ କରିଥିଲା | ଦେଶର ପ୍ରତ୍ୟେକ ନାଗରିକ ଆତଙ୍କବାଦୀଙ୍କୁ ହତ୍ୟା କରିବାର ଶପଥ ନେଇଥିଲେ। ଯେତେବେଳେ ସିନ୍ଦୁର ବାରୁଦରେ ପରିଣତ ହୁଏ, ସେତେବେଳେ କ’ଣ ହୁଏ ତାହା ବିଶ୍ୱ ଏବଂ ଦେଶର ଶତ୍ରୁମାନଙ୍କୁ ଜଣାଇଦିଆ ଗଲା | ପ୍ରଧାନ ମନ୍ତ୍ରୀ ଭାରତୀୟ ସେନା ର ସାହସ ଓ ନିର୍ଭକତାକୁ ପ୍ରଶଂସା କରିଛନ୍ତି | ଭାରତୀୟ ସେନା ଆତଙ୍କବାଦ ର ସବୁ ଠାରୁ ବଡ ଅଡ୍ଡା କୁ ଧ୍ବଂସ କରିଦେଇଥିଲା | ଆମେ ୨୨ ର ପ୍ରତିଶୋଧ ୨୨ ମିନିଟ ରେ ନେଇଛୁ |

Related Articles

Back to top button
WP Twitter Auto Publish Powered By : XYZScripts.com