
ସ୍ୱାସ୍ଥ୍ୟ ୨୩/ ମେ : ଅରଖ ଫୁଲର ଏକ ଧାର୍ମିକ ମାନ୍ୟତା ଅଛି, ହିନ୍ଦୁ ଧର୍ମରେ ଅରଖ ଫୁଲକୁ ଏକ ପବିତ୍ର ଫୁଲ ଭାବରେ ବିବେଚନା କରାଯାଏ। ଏହି ଫୁଲକୁ ବିଶେଷ ଭାବରେ ଭଗବାନ ଶିବଙ୍କ ପୂଜାରେ ବ୍ୟବହାର କରାଯାଏ। କୁହାଯାଏ ଯେ ଅରଖ ଫୁଲ ଶିବଙ୍କର ପ୍ରିୟ ଫୁଲ। ଅରଖ ଫୁଲ ଦେଖିବାକୁ ଯେତିକି ସୁନ୍ଦର, ଉପଯୋଗୀ। କେଉଁଠି ନା କେଉଁଠି ରାସ୍ତାରେ ଆପଣଙ୍କୁ ଅରଖ ଫୁଲ ଦେଖିଥିବେ। ଯାହାର ଆକୃତି ବହୁତ ସୁନ୍ଦର। ସାଧାରଣତଃ, ଲୋକମାନେ ଭାବନ୍ତି ଯେ ଅରଖ ଫୁଲ କେବଳ ଭଗବାନ ଶିବଙ୍କ ପୂଜାରେ ବ୍ୟବହାର କରାଯାଏ, କିନ୍ତୁ ଅନେକ ଲୋକ ଜାଣନ୍ତି ନାହିଁ ଯେ ଅରଖ ଫୁଲ କେବଳ ଭଗବାନ ଶିବଙ୍କ ପୂଜାରେ ବ୍ୟବହାର କରାଯାଏ ନାହିଁ, ଏହାର ଅନେକ ବିଶେଷ ଗୁଣ ମଧ୍ୟ ଅଛି। ଯାହା ଶରୀର ପାଇଁ ବହୁତ ଲାଭଦାୟକ ଏବଂ ଉପଯୋଗୀ। ଆସନ୍ତୁ ଜାଣିବା ଅରଖ ଫୁଲର ବିଶେଷ ଗୁଣ ଗୁଡିକ ବିଷୟରେ।
ଔଷଧିୟ ଗୁଣ :
ଅରଖ ଗଛ ଓ ଫୁଲ ରେ ଅନେକ ଔଷଧିୟ ଗୁଣ ଥାଏ। ଏହାର ପତ୍ର, ଦୂଧ (latex) ମୂଳ ଆୟୁର୍ବେଦ ଚିକିତ୍ସାରେ ବ୍ୟବହୃତ ହୁଏ। ଏହି ଫୁଲ ଜ୍ୱର, କଫ, ଚର୍ମ ରୋଗ ଓ ଯନ୍ତ୍ରଣା ରେ ଉପକୃତ।
ପ୍ରାକୃତିକ ପରିବେଶ ପାଇଁ ଉପକାରୀ :
ଅରଖ ଫୁଲ ମହୁମାଛି ଓ କିଛି ବିଶେଷ ପ୍ରଜାତିର ପତଙ୍ଗମାନେଙ୍କୁ ଆକର୍ଷଣ କରେ। ଏହା ପ୍ରାକୃତିକ ପରିବେଶ ଓ ପ୍ରଜନନ ବ୍ୟବସ୍ଥାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
ବୈଜ୍ଞାନିକ ଗୁଣ :
ଅରଖ ଫୁଲ ଗଛର ଲାଟେକ୍ସ ରୁ କିଛି ବାୟୋ ପେସ୍ଟିସାଇଡ୍ ବାହାରିଥାଏ । ଏହା ଏକ ପ୍ରାକୃତିକ ଜେବିକ ବିକଳ୍ପ ଭାବରେ ଚାଷରେ ବ୍ୟବହୃତ ହୁଏ।
ସୌନ୍ଦର୍ଯ୍ୟ ଏବଂ କଳାତ୍ମକ ମୂଲ୍ୟ :
ଏହାର ଅନନ୍ୟ ଆକୃତି ଏବଂ ସୁନ୍ଦର ଦୃଶ୍ୟ ଯୋଗୁଁ, ଏହି ଫୁଲକୁ ଅନେକ ଘର ସାଜସଜ୍ଜା ଏବଂ ହସ୍ତଶିଳ୍ପ ପାଇଁ ବ୍ୟବହାର କରନ୍ତି।
ଆରଖ ଫୁଲ କେବଳ ଏକ ଧାର୍ମିକ ଫୁଲ ନୁହେଁ, ବରଂ ଏହାର ବୈଜ୍ଞାନିକ ଏବଂ ପରିବେଶଗତ ଲାଭ ପାଇଁ ଜଣାଶୁଣା ଏକ ମୂଲ୍ୟବାନ ଫୁଲ। ଏହି ପ୍ରାଚୀନ ଔଷଧୀୟ ଗଛ ଆଜି ସାଧାରଣ ଲୋକଙ୍କ ଦ୍ୱାରା କ୍ରମଶଃ ଅବହେଳିତ ହେଉଛି, କିନ୍ତୁ ଏହାର ଗୁଣ ବିଶ୍ୱ ବ୍ରହ୍ମାଣ୍ଡ ପରି ମୂଲ୍ୟବାନ।