ଆଜି ସାବିତ୍ରୀ ବ୍ରତ ; ସ୍ୱାମୀଙ୍କ ଦୀର୍ଘ ଯିବି କାମନା କଲେ ସ୍ତ୍ରୀ

ଭୁବନେଶ୍ୱର, ୨୬/୦୫:- ଆଜି ହେଉଛି ସାବିତ୍ରୀ ବ୍ରତ | ବିବାହିତା ନାରୀ ମାନେ ତାଙ୍କର ପତିଙ୍କ ଦୀର୍ଘ ଆୟୁ ଓ ସୁଖମୟ ଜୀବନ ପାଇଁ ଏହି ବ୍ରତ ପାଳନ କରନ୍ତି। ଏହି ବ୍ରତଟି କେବଳ ଧାର୍ମିକ ଅନୁଷ୍ଠାନ ନୁହେଁ – ଏହା ପ୍ରେମ ଓ ନିଷ୍ଠାର ପ୍ରତୀକ, ଯାହା ସାବିତ୍ରୀ ଓ ସତ୍ୟବାନଙ୍କ ଅମର କାହାଣୀକୁ ସ୍ମରଣ କରାଏ। ସାବିତ୍ରୀ ତାଙ୍କ ସ୍ୱାମୀଙ୍କ ପାଇଁ ଥିବା ଅଟୁଟ ପ୍ରେମ ଓ ଭକ୍ତି ଦ୍ୱାରା ଖୁବ ଚତୁରତାର ସହିତ ମୃତ୍ୟୁ ଦେବତା ଯମଙ୍କୁ ମଧ୍ୟ ମନାଇତାଙ୍କ ସ୍ୱାମୀଙ୍କୁ ଫେରି ପାଇଥିଲେ। ସେ ନାରୀର ଶକ୍ତି, ଦୃଢତା ଓ ଆତ୍ମବଳର ଏକ ଅମୁଲ୍ୟ ଉଦାହରଣ। ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ବିବାହିତ ମହିଳାମାନେ ନୂଆ ବସ୍ତ୍ର ପିନ୍ଧି ମା ସାବିତ୍ରୀଙ୍କ ପୂଜା ଅର୍ଚ୍ଚନା କରୁଛନ୍ତି। ମନ୍ଦିରରେ ମହିଳା ମାନଙ୍କ ଭିଡ ଖୁବ ଜୋର ସୋର ରେ ଦେଖା ଦେଇଛି | ସଧବା ନାରି ମାନେ ଦିନ ସାରା ଉପବାସ ରହି ଫଳ ଖାଇ ତାଙ୍କ ପତି ମାନଙ୍କ ଦୀର୍ଘ ଜୀବନ ପାଇଁ ମା ସାବିତ୍ରୀଙ୍କ ପାଖରେ ପୂଜା କରୁଛନ୍ତି | ତେବେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁ ସଧବା ମହିଳା ମାନେ ଏହି ବ୍ରତ ପାଳନ କରୁଛନ୍ତି |