
ଭୁବନେଶ୍ୱର,୨୯।୫: ସେପ୍ଟେମ୍ବର ୧ରୁ ମାର୍କେଟକୁ ଆସିବ ସ୍ବର୍ଣ୍ଣ ମନ୍ଦିର । ୨ ବର୍ଷ ପରେ ଦର୍ଶକ ପୁଣି ଦେଖିବେ ଯାତ୍ରା ସ୍ବର୍ଣ୍ଣ ମନ୍ଦିରକୁ ଏକ ନୂଆ ରୂପରଙ୍ଗ ଓ ନୂଆ ଢଙ୍ଗ ସହିତ। ସ୍ବର୍ଣ୍ଣ ମନ୍ଦିରର ଶୁଭ ମହୁରତ ଅବସରରେ ରାଣୀ ପଣ୍ଡା ଏହି ଦାୟିତ୍ୱ ଗ୍ରହଣ କରିବାର ଘୋଷଣା କରାଯାଇଥିଲା । ଯାତ୍ରା ଜୁଏଲ ସ୍ଵର୍ଣ୍ଣ ମନ୍ଦିରର ନୂଆ ମାଲିକାଣୀ ରାଣୀ ପଣ୍ଡା । ଯାତ୍ରା ଜଗତରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି , କଳାକାରରୁ ସିଧା ମାଲିକିଆଣି ପାଲଟି ଯାଇଛନ୍ତି ରାଣୀ ପଣ୍ଡା । ଓଡ଼ିଶାର ଲୋକପ୍ରିୟ ଯାତ୍ରା ଅନୁଷ୍ଠାନ ଜୁଏଲ ‘ସ୍ବର୍ଣ୍ଣ ମନ୍ଦିର’ର ନୂଆ ମାଲିକାଣୀ ହୋଇଛନ୍ତି ଜଣାଶୁଣା ଅଭିନେତ୍ରୀ ରାଣୀ ପଣ୍ଡା। ଏହି ଖବର ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି, ସଭିଙ୍କ ପ୍ରିୟ ରାଣୀ ପଣ୍ଡା ଏବେ ପାଲଟି ଯାଇଛନ୍ତି ଯାତ୍ରା ସ୍ବର୍ଣ୍ଣ ମନ୍ଦିରର ମଳିକିଆଣି । ରାଣୀ ପଣ୍ଡା ଯିଏ କି ସବୁବେଳେ ଯାତ୍ରା ଜଗତରେ ବିବାଦ ଘେରରେ ରହିଥାନ୍ତି, କେତେବେଳେ ନିଜ ବୋଲର୍ଡ କାମକୁ ନେଇ, ନିଜ ଭାଷା କୁ ନେଇ ତା ଆଉ କେତେବେଳେ ସହ କର୍ମୀ ମାନଙ୍କ ସହ ବିବାଦକୁ ନେଇ । ଯାତ୍ରା ଜଗତରେ କେବଳ ତାଙ୍କ ନାମ ହିଁ କାଫି ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ । ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇକି ମଧ୍ୟ ଅନେକ ସମୟ ଚର୍ଚ୍ଚାରେ ରୁହନ୍ତି । ତାଙ୍କର ଯାତ୍ରା ସ୍ଵର୍ଣ ମନ୍ଦିରର ନାଟକ “ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା ” ପାଇଁ ସେ ପ୍ରସିଦ୍ଧି ଲାଭ କରିଥିଲେ । ସେ ଏକ ଭଲ ଯାତ୍ରା କଳାକାର । କିଛି ଦର୍ଶକ ତାଙ୍କର ପ୍ରସଂଶା କରନ୍ତି ତା ଆଉ କିଛି ଦର୍ଶକ ତାଙ୍କୁ ଖରାପ ବୋଲି କୁହନ୍ତି, ଜଗତରେ ତାଙ୍କର ଯେତେ ବନ୍ଧୁ ନାହାନ୍ତି ତା ଠାରୁ ଅଧିକ ଶତ୍ରୁ ଅଛନ୍ତି, କାରଣ ସେ ସବୁବେଳେ ନିଜର ବୋଲ୍ଡ ଜବାବ ରେ ସମସ୍ତଙ୍କୁ ନିସବ୍ଧ କରିଦିଅନ୍ତି। ସେ କୁହନ୍ତି ଯେ ସେ ନିଜ ଜୀବନରେ ବହୁତ ଅଧିକ ସଂଘର୍ଷ କରିଛନ୍ତି, ହେଲେ ବର୍ତ୍ତମାନ ସେ ହେଉଛନ୍ତି ଏକ ଲୋକପ୍ରିୟ ଯାତ୍ରା ଅନୁଷ୍ଠାନ ଜୁଏଲ ‘ସ୍ବର୍ଣ୍ଣ ମନ୍ଦିର’ର ନୂଆ ମାଲିକାଣୀ । ବର୍ଷ ୨୦୨୫-୨୬ରେ ରାଣୀ ଆଣିବେ ୪ଟି ନାଟକ । ତାଙ୍କର ଆଗକୁ ଆସୁଥିବା ନାଟକ ‘ଲେଡି ଗ୍ୟାଙ୍ଗଷ୍ଟର’ରେ ମୁଖ୍ୟ ଚରିତ୍ରରେ ମଧ୍ୟ ରାଣୀ ପଣ୍ଡା ନଜର ଆସିବେ । ତେବେ ଯାତ୍ରା ସ୍ବର୍ଣ୍ଣ ମନ୍ଦିରର ମାଲିକାନା ହାତକୁ ନେବା ପରେ ରାଣୀ ପଣ୍ଡା କହିଛନ୍ତି, ନୂଆ ରୂପ, ନୂଆ ରଙ୍ଗ ଓ ନୂଆ ଢଙ୍ଗରେ ଯାତ୍ରା ସ୍ବର୍ଣ୍ଣ ମନ୍ଦିର ଆସି ଦର୍ଶକଙ୍କ ପାଖରେ ପହଞ୍ଚିବ। ନାଟକ ଗୁଡିକରେ ଆଧୁନିକତା ସହିତ ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିକୁ ଜୀବନ୍ତ ରଖିବ ଯାତ୍ରା ସ୍ଵର୍ଣ ମହଲ। ଯାତ୍ରା ସଂସ୍ଥାକୁ ଆହୁରି ଲୋକପ୍ରିୟ କରିବା ପାଇଁ ନୂଆ ନୂଆ ପରୀକ୍ଷାନିରୀକ୍ଷା କରିବେ। ସେ ଦର୍ଶକଙ୍କୁ ଉନ୍ନତ ମଞ୍ଚ ପ୍ରଦର୍ଶନ, ଆଧୁନିକ ସାଉଣ୍ଡ ଓ ଲାଇଟିଂ ସିଷ୍ଟମ ଏବଂ ଆକର୍ଷଣୀୟ କାହାଣୀ ମାଧ୍ୟମରେ ଏକ ଅଭୂତପୂର୍ବ ଅନୁଭୂତି ଦେବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ରାଣୀ ପଣ୍ଡା ।