ଜାତୀୟ

ଝଡତୋଫାନରେ ଫସିଥିଲା ଇଣ୍ଡିଗୋ ବିମାନ !

ନୂଆଦିଲ୍ଲୀ ୦୨/୦୬: ରବିବାର ଛତିଶଗଡ଼ର ରାୟପୁରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ 6E 6313 ଝଡତୋଫାନରେ ଫସି ଯାଇଥିଲା। ଦିଲ୍ଲୀରେ ଅବତରଣ କରିବା ପୂର୍ବରୁ ପାଇଲଟଙ୍କୁ ପୁଣି ଥରେ ଉଡ଼ାଣ କରିବାକୁ ପଡିଥିଲା। ଅପରାହ୍ନ ସମୟରେ ଦିଲ୍ଲୀ-ଏନସିଆରରେ ଝଡ ତୋଫାନ ଲାଗି ଏହି ଅଭାବନୀୟ ଘଟଣା ହୋଇଥିଲା ।

ଏହା ପରେ, ବିମାନଟି ଆକାଶରେ ଅନେକ ଘୂର୍ଣ୍ଣନ କରିଥିଲା। ପରେ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ରୁ କ୍ଲିୟରାନ୍ସ ପାଇବା ପରେ, ବିମାନଟିକୁ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା। ବିମାନଟି ଆକାଶରେ ଘୂର୍ଣ୍ଣନ କରୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଦେଖାଯାଉଛି ଯେ ବିମାନରେ ବସିଥିବା ଯାତ୍ରୀମାନେ ଭୟଭୀତ ହେଉଥିଲେ ।

ପାଇଲଟ ଯାତ୍ରୀମାନଙ୍କୁ କହିଥିଲେ ଯେ ୮୦ କିଲୋମିଟର ପ୍ରତିଘଣ୍ଟାରେ ଝଡବୋହୁଛି । ତେବେ ସୂଚନା ମୁତାବକ ବିମାନଟି ଜୋରରେ ଥରିବାକୁ ଲାଗିଥିଲା, ଯାହା ଯାତ୍ରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା। ଲୋକମାନେ ଚିତ୍କାର କରିବାକୁ ଲାଗିଥିଲେ । ପାଇଲଟ୍ ଶ୍ରୀନଗରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC)କୁ ସୂଚନା ଦେଇ ତୁରନ୍ତ ଜରୁରୀକାଳୀନ ଅବତରଣ କରାଇଥିଲେ ।

ଅବତରଣ କରିବା ପରେ ବିମାନର ସମ୍ମୁଖ ଭାଗ ଭାଙ୍ଗି ଯାଇଥିଲା । ବିମାନରେ ୨୨୭ ଜଣ ଯାତ୍ରୀ ଏବଂ କ୍ରିୟୁ ସଦସ୍ୟ ଥିଲେ, ଯେଉଁମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ। ଅସ୍ଥିରତା ସମୟରେ ବିମାନ ଭିତରୁ ଅନେକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ନିଜ ଜୀବନ ପାଇଁ ପ୍ରାର୍ଥନା ଓ ବିମାନ ଟିର ସୁରକ୍ଷିତ ଅବତରଣ ପାଇଁ ପ୍ରାଥନା କରୁଥିବା ଦେଖିବାକୁ ମିଳିଛି |

Related Articles

Back to top button
WP Twitter Auto Publish Powered By : XYZScripts.com