
ଅହମଦାବାଦ, ୦୪।୦୬: ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୮ତମ ସଂସ୍କରଣରେ ନୂଆ ଚାମ୍ପିୟନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)। ମଙ୍ଗଳବାର ନରେନ୍ଦ୍ର ମୋଦି ଷ୍ଟାଡ଼ିଅମରେ ଅନୁଷ୍ଠିତ ମେଗା ଫାଇନାଲରେ ଆର୍ସିବି ୬ ରନ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏଥିସହ ଦୀର୍ଘ ୧୮ ପରେ ବିରାଟ କୋହଲିଙ୍କ ସ୍ବପ୍ନ ସାକାର ହୋଇଛି। କୋହଲିଙ୍କ ଜର୍ସି ନମ୍ବର ୧୮। ତେଣୁ ୧୮ତମ ସଂସ୍କରଣ ଆର୍ସିବି ପାଇଁ ସ୍ମରଣୀୟ ହୋଇଯାଇଛି। କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲକରି ନ ଥିଲେ ହେଁ ଆର୍ସିବି ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ ସଂଗ୍ରହ କରିଥିଲା। ୨୦୦୯, ୨୦୧୧ ଓ ୨୦୧୬ରେ ରନରଅପ୍ରେ ସନ୍ତୁଷ୍ଟ ହୋଇଥିବା ଆର୍ସିବି ଏଥର ପିନ୍ଧିଛି ବିଜୟ ମୁକୁଟ। ଅନ୍ୟପକ୍ଷରେ ଦୀର୍ଘ ୧୧ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଥିବା ପଞ୍ଜାବର ପ୍ରତୀକ୍ଷା ବଢ଼ିଛି। ବିଜୟ ହାସଲ କଲା ପରେ ଫିଲ୍ଡ ରେ ଭାବ ବିହ୍ଵଳ ହୋଇଯାଇଥିଲେ ବିରାଟ କୋହଲି | ଫିଲ୍ଡରେ ଭୋ ଭୋ ହୋଇ କାନ୍ଦିଥିଲେ | କିନ୍ତୁ ତାହା ଥିଲା ତାଙ୍କ ଖୁସିର ଲୁହ | ତାଙ୍କ ପ୍ରତୀକ୍ଷାର ଅଶ୍ରୁ | ତେବେ ଆରସିବିର ବିଜୟ ହାସଲ ପରେ ଆରସିବି ଫ୍ୟାନ ମାନଙ୍କ ମଧ୍ୟରେ ଉତ୍ସାହ ବଢିଥିଲା | ବାଜା ଓ ବାଣ ସହ ସେମାନେ ଆରସିବି ବିଜୟକୁ ସେଲିବ୍ରେଟ କରିଥିଲେ | ଷ୍ଟାଡିୟମ ଉତ୍ସବ ମୁଖର ହୋଇପଡ଼ିଥିଲା | ଆରସିବିର ଚମତ୍କାର ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଟ୍ୱିଟ ମାଧ୍ୟମରେ ଦଳର ପ୍ରତ୍ୟୋକ ସଦଶ୍ୟଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ | ଆରସିବି ଫାଇନାଲ ଜିତିବା ପରେ କେବଳ କୋହଲିଙ୍କ ନୁହେଁ ଆରସିବି ଫ୍ୟାନ ମାନଙ୍କ ମଧ୍ୟ ବିଜୟ ହୋଇଛି ବୋଲି କୁହାଯାଇଛି |
ଆଇପିଏଲ୍ ୨୦୨୫ ପୁରସ୍କାର ବିଜେତା ତାଲିକା
* ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ: ୨୦ କୋଟି ଟଙ୍କା
* ରନରଅପ୍ ପଞ୍ଜାବ କିଙ୍ଗ୍ସ: ୧୨.୫ କୋଟି ଟଙ୍କା
* ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ଯଥାକ୍ରମେ ୭କୋଟି ଓ ୬.୫ କୋଟି ଲେଖାଏଁ।
* ଫେୟାର ପ୍ଲେ ଆଓ୍ବାର୍ଡ: ଚେନ୍ନାଇ ସୁପର କିଙ୍ଗ୍ସ।
ବ୍ୟକ୍ତିଗତ ସମ୍ମାନ ତାଲିକା
* ଅରେଞ୍ଜ କ୍ୟାପ୍: ସାଇ ସୁଦର୍ଶନ (୭୫୯ ରନ)।
* ପର୍ପଲ କ୍ୟାପ୍: ପ୍ରସିଦ୍ଧ କ୍ରିଷ୍ଣା (୨୫ ଉଇକେଟ)।
*ମୋଷ୍ଟ ଭ୍ୟାଲୁଏବଲ ପ୍ଲେୟର : ସୂର୍ଯ୍ୟକୁମାର ଯାଦବ।
* ଏମର୍ଜିଂ ପ୍ଲେୟର ଅଫ୍ ଦି ସିଜନ: ସାଇ ସୁଦର୍ଶନ।
* ଷ୍ଟ୍ରାଇକର ଅଫ୍ ଦି ସିଜନ: ବୈଭବ ସୂର୍ଯ୍ୟବଂଶୀ
* ଫାଣ୍ଟାସି ପ୍ଲେୟର ଅଫ୍ ଦି ସିଜନ: ସାଇ ସୁଦର୍ଶନ
* ସବୁଠାରୁ ଅଧିକ ଛକା: ନିକୋଲାସ ପୁରନ
* ସବୁଠାରୁ ଅଧିକ ଚୌକା: ସାଇ ସୁଦର୍ଶନ
* ଗ୍ରୀନ ଡଟ୍ ବଲ୍ ଅଫ୍ ଦି ସିଜନ: ମହମ୍ମଦ ସିରାଜ
* କ୍ୟାଚ ଅଫ୍ ଦି ସିଜନ: କାମିନ୍ଦୁ ମେଣ୍ଡିସ।
ଏହି ସମସ୍ତ ଖେଳାଳିଙ୍କୁ ବ୍ୟକ୍ତିଗତ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆ ଯାଇଛି |