‘ଅପରେସନ ସିନ୍ଦୂର’ କୁ ମାସେ ପୁରିଲା, ସାହସିକତାର ପରିଚୟ ଦେଇଥିଲେ ଭାରତୀୟ ଯବାନ ।

ନୂଆଦିଲ୍ଲୀ୦୭/ଜୁନ୍ : ଆଜିକୁ ମାସେ ପୁରିଗଲା ‘ଅପରେସନ ସିନ୍ଦୂର’କୁ ଗଣି ଗଣି ଆତଙ୍କୀଙ୍କ ଠାରୁ ପ୍ରତିଶୋଧ ନେଇଥିଲା ଭାରତୀୟ ସେନା। କାହାକୁ ଛଡିଲାନି ଗଣି ଗଣି ସିନ୍ଦୂରର ପ୍ରତିଶୋଧ ରକ୍ତରେ ନେଇଥଲା ଭାରତ । ଆତଙ୍କବାଦୀଙ୍କ ଖେଳ ଖତମ୍ କରିଦେଲା ଆଉ ପହଲଗ୍ରାମ୍ ହମଲାର ପ୍ରତିଶୋଧ ନେଲା । ଗତ ମେ ମାସ ୭ ତାରିଖ ମଧ୍ୟ ରାତ୍ରରେ ଭାରତୀୟ ସେନା ଖୋଜି ଖୋଜି ଆତଙ୍କୀଙ୍କୁ ନିପାତ କରିଥିଲା, ଏହା ଥିଲା ଭାରତର କଡା ଜବାବ । ଭାରତ ପ୍ରମାଣ କରିଦେଇଥିଲା ଯେ ଆଉ ଆତଙ୍କୀଙ୍କ ମନମାନି ସାହିବନୀ, ଭୟାବହ ପ୍ରତିଉତ୍ତର ମଧ୍ୟ ଦବ । ପାକିସ୍ତାନରେ ଥିବା ଆତଙ୍କୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରି ଉଡାଇ ଦେଇଥିଲେ ଭାରତୀୟ ଯବାନ ଆଉ ନେଇଥିଲେ ନେଇଥିଲା ପହଲଗାମ୍ ଆକ୍ରମଣର ପ୍ରତିଶୋଧ। ଏପ୍ରିଲ ୨୨ ରେ ଜମ୍ମୁ ଓ କାଶ୍ମୀରର ପହଲଗ୍ରାମରେ ଆତଙ୍କବାଦୀମାନେ ୨୬ ଜଣ ସାଧାରଣ ହିନ୍ଦୁ ନାଗରିକଙ୍କୁ ଟାର୍ଗେଟ କରି ହତ୍ୟା କରିଥିଲେ । ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନର ଆତଙ୍କୀ ସମୂହ ତଥା ଲସ୍କର-ଏ-ତୈବା (LeT), ଜୈଶ-ଏ-ମହମ୍ମଦ (JeM) ସହିତ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) କୁ ଦାୟୀ କରିଥିଲା । ଭାରତ କହିବା ଅନୁସାରେ ଉକ୍ତ ଆତଙ୍କବାଦୀ ସଂଘ ଗୁଡିକ ପାକିସ୍ତାନ କହିବା ଅନୁସାରେ କାମ କରନ୍ତି ତେଣୁ ଉକ୍ତ ମର୍ମାହତ ଘଟଣାରେ ଏହି ମାନେ ସମ୍ପୃକ୍ତ ଥିଲେ, କିନ୍ତୁ ଏହାକୁ ପାକିସ୍ତାନ ସମୁର୍ଣ୍ଣଭାବେ ଅସ୍ୱୀକାର କରିଥିଲା । ଏହି ଆକ୍ରମଣର ଜବାବରେ, ଭାରତ ୬-୭ ମେ’ ୨୦୨୫ ରାତି ୧:୦୫ରୁ ୧:୩୦ ମଧ୍ୟରେ ଅପରେସନ୍ ସିନ୍ଦୂର ଆରମ୍ଭ କରି କଡା ଜବାବ ଦେବାରେ ସଫଳ ହୋଇଥିଲା। ଏହି ଭାରତୀୟ ଯବାନ ମନାକର ସାହାସମୟ ଅପେରସନ କୁ ଅପେରସନ ସିନ୍ଦୂର ନାମରେ ନାମକରଣ ହୋଇଥିଲା, କାରଣ ଉକ୍ତ ହତ୍ୟାକାଣ୍ଡରେ ଭାରତୀୟ ନାରୀ ମନାକର ସିନ୍ଦୁର ପୋଛିଦେଇଥିଲେ ସ୍ୱାମୀ ମନକୁ ହତ୍ୟା କରି , ଆଉ ଏ ଲଢ଼େଇ ଥିଲା ସେମାନଙ୍କ ନ୍ୟାୟ ପାଇଁ । ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେଇ ଭାରତ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ସହ ନିଜର ସାହସିକତାର ପରିଚୟ ଦେଇଥିଲା।