
ଇନ୍ଦୋର,୧୦।୬: ଫୁଣି ଏକ ଲୋମ ଟାଙ୍କୁରା କାହାଣୀ ସାମ୍ନାକୁ ଆସିଛି । ମିରଟ ଘଟଣାରୁ ଭାରତୀୟ ପୁରୁଷ ଭୁଲି ନଥିଲେ ଫୁଣି ଏହି ପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ପୁରୁଷ ସମାଜକୁ ଭୟଭୀତ କରିଛି । ଘଟଣାଟି ଇନ୍ଦୋରରେ ଘଟିଛି, ଯେଉଁଠାରେ ବାହାଘର ପରେ ଦୁଇ ପତିପତ୍ନୀ ହନିମୁନରେ ବୁଲିବା ପାଇଁ ଶିଲଂଗ ଯାଇଥିଲେ, ହେଲେ ଦୁହିଁଙ୍କ ଭିତରୁ କେହି ଫେରିଲେନି । ଯେଉଁଠି ସ୍ୱାମୀର ମୃତଦେହ ସାମ୍ନାକୁ ଆସିଲା ବେଳେ ପତ୍ନୀ ନିଖୋଜ ହବାର ଖବର ଆସିଥିଲା । ପରେ ସ୍ୱାମୀର ମୃତ ଦେହ ସାମ୍ନାକୁ ଆସିଥିଲା । ପ୍ରଥମେ ଯେତେବେଳେ ସୋନାମର ସ୍ୱାମୀର ମୃତ ଦେହ ମିଳିଥିଲା, ଲୋକେ ଭାବୁଥିଲି ଜଙ୍ଗଲରେ ସୋନାମର ଅବସ୍ଥା କଣ ହେଇଥିବ, ସେ ଅସୁବିଧାରେ ଥିବ, ହେଲେ ଘଟଣା ଏହାର ସମ୍ପୂର୍ଣ ଓଲଟା ହେଇଥିଲା । ପରେ ପୋଲିସ ର ତଦନ୍ତ ପରେ ଜଣାପଡ଼ିଲା ପତ୍ନୀ ତଥା ସୋନାମ ରଘୁବଂଶୀଙ୍କ ଅନ୍ୟ ଜଣ ପୁରୁଷଙ୍କ ସହ ସମ୍ପର୍କ ଥିଲା, ଯାହା ଫଳରେ ସେ ସୁପାରୀ ଦେଇ ନିଜ ସ୍ୱାମୀ ତଥା ରାଜା ରଘୁବଂଶୀଙ୍କୁ ରାସ୍ତାରୁ ହଟାଇଦେଇଥିଲେ । ସୋନାମ ତାର ପ୍ରେମୀ ରାଜ ସହ ମିଶି ନିଜ ସ୍ୱାମୀର ହତ୍ୟା ଷଡଯନ୍ତ୍ର କରିଥିଲା । ସେଥିପାଇଁ ସେ ତିନି ଜଣକୁ ସୁପାରୀ ଦେଇଥିଲା, ଯେଉଁମାନଙ୍କୁ ପୋଲିସ ଗିରଫ କରିଛି । ଘଟଣାର ତଦନ୍ତ ପରେ ସୋନାମ ଅପରାଧୀ ସାବ୍ୟସ୍ତ ହେଇଛନ୍ତି । ସିନ୍ଦୁର ଦେଇଥିବା ସ୍ୱାମୀକୁ ହତ୍ୟା କରିବାର ସୁପାରୀ ଦେଇଥିଲା ନିଷ୍ଠୁର ପତ୍ନୀ ।ମେଘାଳୟ ପୋଲିସ ଦ୍ୱାରା ଏହି ସତ୍ୟ ସାମ୍ନାକୁ ଆସିଲା, ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା । ସୋନାମ ନିଜେ ତାର ସ୍ୱାମୀର ହତ୍ୟା କରିଛି ସିଏ ଫୁଣି ନିଜ ପ୍ରେମୀ ଓ ତାର ତିନି ସାଙ୍ଗଙ୍କ ସହ ମିଶି। ଶୁଣିବାକୁ ମିଳିଛି ଯେ ସୋନାମର ପ୍ରେମୀ ତାର ପିତାଙ୍କ ପାଖରେ କାମ କରୁଥିଲା । ଘଟଣାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ସୋନାମ ରାଜାଙ୍କ ସହ ପ୍ରେମ ବିବାହ କରିଥିଲେ, ତଥାବି ଅନ୍ୟଜଣଙ୍କ ପ୍ରେମ ପାଇଁ ନିଜ ସ୍ୱାମୀଙ୍କୁ ହତ୍ୟା କଲେ । ତେବେ ସୋନାମ ବର୍ତ୍ତମାନ ଜେଲରେ ଅଛନ୍ତି ଓ ଉକ୍ତ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ପ୍ରକାଶ ପାଇବାରେ ଲାଗିଛି ।