Featuredକ୍ରୀଡ଼ା

କିଏ କରିଛନ୍ତି ଅଧିକ ସେଞ୍ଚୁରୀ, ଭାରତରୁ ଅଛନ୍ତି କେତେ ଜଣ

ବିଶ୍ୱରେ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି କ୍ରିକେଟ । ସମୟ ବଦଳିବା ସହ ଲୋକମାନଙ୍କ ଇଚ୍ଛାକୁ ଗୁରୁତ୍ୱ ଦେଇ କ୍ରିକେଟର ଫର୍ମାଟକୁ ବି ବଦଳାଯାଇଛି । ମନୋରଞ୍ଜନ ଭରା ଏହି ଖେଳରେ ସବୁବେଳେ ସୃଷ୍ଟି ହୋଇଥାଏ କିଛି ନା କିଛି ନା ରେକର୍ଡ । କେତେବେଳେ ଦେଶ ନାମରେ ରେକର୍ଡ ଲେଖାହୁଏ ତ ଆଉ କେତେବେଳେ ଖେଳାଳିଙ୍କ ନାମରେ ରେକର୍ଡ ସୃଷ୍ଟି ହୋଇଥାଏ ।

ଏହି କ୍ରମରେ ଆସନ୍ତୁ ଜାଣିବା ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଅଧିକ ସେଞ୍ଚୁରୀ ମାରିଥିବା ବ୍ୟାଟ୍ସମ୍ୟାନଙ୍କ ସମ୍ପର୍କରେ । ଅଧିକ ସେଞ୍ଚୁରୀ ମାରିଥିବା ଖେଳାଳିଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କାର ପୂର୍ବତନ ଓପନର ସନଥ ଜୟସୂରିୟା । ଏହି ବାମହାତୀ ବ୍ୟାଟ୍ସମ୍ୟାନ ୪୪୫ଟି ଦିନିକିଆ ମ୍ୟାଚରେ ୪୩୩ଟି ଇନିଂସରୁ ୨୮ ଶତକ ମାରିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ରିକି ପଣ୍ଟିଂ । ୩୭୫ ଟି ଦିନିକିଆ ମ୍ୟାଚ ଖେଳି ୩୬୫ଟି ଇନିଂସରୁ ସେ ୩୦ଟି ସେଞ୍ଚୁରୀ ମାରିଛନ୍ତି । ଅଧିକ ଶତକ ମାରିବା ତାଲିକାରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ସେହିପରି ୨୫୯ଟି ମ୍ୟାଚରେ ୨୫୧ଟି ଇନିଂସରୁ ୩୧ ଟି ଶତକ ମାରି ଖେଳ ଜାରି ରଖିଛନ୍ତି ଭାରତୀୟ କ୍ୟାପଟେନ ରୋହିତ ଶର୍ମା । ଅଧିକ ସେଞ୍ଚୁରୀ ମାରିବା ତାଲିକାରେ ଏପର୍ଯ୍ୟନ୍ତ ସେ ତୃତୀୟ ସ୍ଥାନରେ ରହିଛନ୍ତି । ହିଟମ୍ୟାନଙ୍କ ଏହି ୩୧ଟି ସେଞ୍ଚୁରୀ ଭିତରେ ୩ଟି ଡବଲ ସେଞ୍ଚୁରୀ ମଧ୍ୟ ରହିଛି ।
ରୋହିତଙ୍କ ଉପରକୁ ଅଧିକ ଦିନିକିଆ ସେଞ୍ଚୁରୀ ମାରିବା ତାଲିକାରେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିରାଟ କୋହଲି । ୨୮୯ଟି ମ୍ୟାଚରୁ ୨୭୭ଟି ଇନିଂସ ଖେଳି ଏପର୍ଯ୍ୟନ୍ତ ୪୯ଟି ସେଞ୍ଚୁରୀ କରିଛନ୍ତି କିଙ୍ଗ୍ କୋହଲି ।

ସେହିଭଳି ଅଧିକ ଶତକ ମାରିବା ତାଲିକାରେ ଏପର୍ଯ୍ୟନ୍ତ ପ୍ରଥମ ସ୍ଥାନରେ ରହିଛନ୍ତି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର । ୪୬୩ଟି ଦିନିକିଆ ମ୍ୟାଚରୁ ୪୫୨ଟି ଇନିଂସରେ ବ୍ୟାଟିଂ କରି ୪୯ଟି ଶତକ ମାରିଛନ୍ତି ସଚିନ । ବର୍ତ୍ତମାନ କୋହଲି ମଧ୍ୟ ୪୯ଟି ଶତକୀୟ ଇନିଂସ ଖେଳିସାରି ଥିବାରୁ ଖୁବ୍‌ଶୀଘ୍ର ଆଉ ଗୋଟିଏ ସେଞ୍ଚୁରୀ ମାରି ପ୍ରଥମ ସ୍ଥାନ ଅକ୍ତିଆର କରିବେ ବୋଲି ତେନ୍ଦୁଲକର ଆଶା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com